ଦୁଷ୍କର୍ମ ଅଭିଯୋଗରେ ତାନ୍ତ୍ରିକ ଗିରଫ

ଚଣ୍ଡିଗଡ଼: ହରିୟାଣାରେ ଜଣେ ତାନ୍ତ୍ରିକ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛି। ହରିୟାଣା ଫତେହାବାଦ୍‌ ସ୍ଥିତ ତୋହାନା ସହରରେ ୬୦ ବର୍ଷୀୟ ଅମରପୁରୀ ଓରଫ ବିଲ୍ଲ ନାମକ ତାନ୍ତ୍ରିକ ମହିଳାମାନଙ୍କ ସମସ୍ୟା ସମାଧାନ କରିଦେବ ବୋଲି କହି ସେମାନଙ୍କୁ ଡାକିଥାଏ, କିନ୍ତୁ ପରେ ସେମାନଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥାଏ। ଏହାର ଭିଡିଓ ରେକର୍ଡିଂ କରି ସେ ମହିଳାମାନଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଜଣାପଡ଼ିଛି। ତାନ୍ତ୍ରିକର ମୋବାଇଲ୍‌ରୁ ୧୨୦ଟି ଭିଡିଓ କ୍ଲିପ୍‌ ଜବତ ହୋଇଛି। ଏଥିରୁ ସେ ଅନେକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର