ଲଜ୍ଜା! ନିଜ ନାବାଳିକା ଝିଅ ସହ ଦୁଷ୍କର୍ମ ଉଦ୍ୟମ କଲା ମଦ୍ୟପ ବାପ

ଲୁଧିଆନା: ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବାପ ମଦ ନିଶାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ସହ ତା’ର ତଣ୍ଟି କାଟି ହତ୍ୟା କରିବା ଧମକ ଦେଇଥିବା ଅଭିଯୋଗ ହୋଇଛି।

ବାପର ବୟସ ୪୨ ହୋଇଥିବା ବେଳେ ଝିଅକୁ ୧୫ ବର୍ଷ ବୟସ ବୋଲି ସୂଚନା ରହିଛି। ମଦ୍ୟପ ବାପ ଏପରି ହୀନ ଉଦ୍ୟମ କରିବା ପରେ ନିଜ ଝିଅକୁ ଏ ବିଷୟରେ କାହାକୁ ନକହିବାକୁ ଧମକ ମଧ୍ୟ ଦେଇଥିଲା। ତେବେ ପୀଡ଼ିତା ନାବାଳିକା ଜଣକ ସାହସ ଜୁଟାଇ ନିଜ ମାଆଙ୍କ ସମ୍ମୁଖରେ ପୂରା ଘଟଣା ବର୍ଣ୍ଣନା କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ନାବାଳିକା ଜଣକ ପୁଲିସ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ମଦ୍ୟପ ପିତା ପ୍ରାୟ ୯ ମାସ ପୂର୍ବରୁ ଦୁବାଇରୁ ଘରକୁ ଆସିଲେଣି। ଦୁର୍ଘଟଣାରେ ସେ ତାଙ୍କର ଗୋଡରୁ ଗୋଟିଏ ହରାଇଥିବାରୁ ପରିବାରର ସମସ୍ତ ଦାୟିତ୍ବ ତାଙ୍କ ମାଆ ବହନ କରନ୍ତି।

ତାଙ୍କ କହିବା ମୁତାବକ ଜୁଲାଇ ୧୨ ତାରିଖରେ ତାଙ୍କ ଭାଇଭଉଣୀ ପଢ଼ାରେ ବ୍ୟସ୍ତ ଥାଆନ୍ତି ଓ ତାଙ୍କ ମାଆ ରୋଷେଇ ଘରେ ଥାଆନ୍ତି। ସେହି ସମୟରେ ତାଙ୍କ ବାପା ଗାଈକୁ ଖାଇବାକୁ ଦବା ବାହାନାରେ ବାହାରକୁ ଡାକିଥିଲେ। ସେ ଯେ‌ତେବେଳେ ନଡ଼ା ଆଣିବାକୁ ନଡ଼ା ଥିବା ଘରକୁ ଯାଇଥିଲେ ସେହି ସମୟରେ ତାଙ୍କ ବାପା ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ପରେ ପୀଡ଼ିତା ଜଣକ ସେଠାରୁ ପଳାଇ ଆସିଥିଲେ। ଯଦି ସେ ଏବିଷୟରେ କାହାକୁ କହନ୍ତି ତେବେ ତାଙ୍କ ବାପା ତାଙ୍କ ତଣ୍ଟି କାଟି ଦେବାର ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର