ଦେଖନ୍ତୁ ଭିଡିଓ: ୫୦ ହଜାର ଟଙ୍କା ଠକି ନେବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଚପଲରେ ପିଟୁଛନ୍ତି ମହିଳା

ଚେନ୍ନାଇ: ଜଣେ ମହିଳା ପୁଲିସଙ୍କ ସାମ୍‌ନାରେ ଜଣେ ସାଧାରଣ ମହିଳା ଜଣେ ବ୍ୟକ୍ତିଙ୍କୂ ତାଙ୍କ ସାର୍ଟ କଲାର୍‌କୁ ପଛପଟୁ ଜାବୁଡ଼ି ଧରିବା ସହ ଟାଣି ନେଇ ଜାମ୍‌ସେଦପୁରର ଅଣଓସାରିଆ ରାସ୍ତାରେ ଚପଲରେ ପିଟିଲେ।

ପରେ ସେ ବ୍ୟକ୍ତିଙ୍କୁ ପୁଲିସ କାର୍‌ ମଧ୍ୟରେ ପୂରାଇ ଦେବାରୁ ଉକ୍ତ ସାଧାରଣ ମହିଳା ପୁଣି ନିଜ ଚପଲ ପିନ୍ଧି ନିଜ ବାଟରେ ଚାଲିଗଲେ।

ମିଳିଥିବା ଖବର ଅନୁସାରେ ଘଟଣାଟି ଏମିତି: ସେ ବ୍ୟକ୍ତି ଜଣକ ନିଜକୁ ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ ଅଧିକାରୀ ବୋଲାଇ ସେ ମହିଳାଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବା ଆଳରେ ତାଙ୍କୁ ଗିରଫ କରିବା ପାଇଁ ସେ ମହିଳାଜଣକ ତାଙ୍କୁ ଡାକିଥିଲେ।

ଭିଡିଓରେ ଦିଶୁଥିବା ଘଟଣାଟି ଜାମସେଦପୁରର ମ୍ୟାଙ୍ଗୋ ଅଞ୍ଚଳର। ଏଥିରେ ଜଣେ ବ୍ୟକ୍ତି ମଧ୍ୟ ସେ ଠକକୁ ମାଡ଼ ମାରୁଥିବା ଦେଖା ଯାଉଛି। ସେ ବ୍ୟକ୍ତି ଠକକୁ ରାସ୍ତାରେ ଗଡ଼ାଇ ଦେଇ ବାଡ଼ିରେ ପିଟୁଛନ୍ତି।

ମହିଳାଜଣକ ଅଭିଯୋଗ କରିଛନ୍ତି ଯେ ପାରିବାରିକ ସମସ୍ୟାରୁ ମୁକ୍ତି ଦେବା ପାଇଁ ସହାୟତା କରିବାକୁ ସନ୍ଦିଗ୍ଧ ତାଙ୍କୁ ୫୦ ହଜାର ଟଙ୍କା ମାଗିଥିଲା ବୋଲି ଜଣେ ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି।

ସେ ଏସିବିର ଲୋକ ବୋଲି କହିଥିଲା।

ପୁଲିସ ସନ୍ଦିଗ୍ଧକୁ ପଚରା ଉଚୁରା କରୁଛନ୍ତି।

ସମ୍ବନ୍ଧିତ ଖବର