ବିବାହ ଭୋଜିକୁ ମାତାପିତା ସାଥିରେ ନନେବାରୁ ଜୀବନ ହାରିଲା ପୁଅ

ଭୋପାଳ: ବିବାହ ଭୋଜିକୁ ମାତାପିତା ସାଥିରେ ନନେବାରୁ ଆତ୍ମହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ମୃତ ବାଳକଙ୍କ ନାଁ ଆରୟନ ହୋଇଥିବା ବେଳେ ସେ ଷଷ୍ଠ ଶ୍ରେଣୀର ଛାତ୍ର ଥିଲେ। ମାତାପିତା ବଡ଼ ଭାଇ ସହ ଆସିବୁ ବୋଲି କହି ସାଥିରେ ନନେବାରୁ ରାଗରେ ଆରୟନ ଆତ୍ମହତ୍ୟା କରିଥିବା କହିଛି ପୁଲିସ।

ପୁଲିସର ସୂଚନା ମୁତାବକ, ଶନିବାର ଦିନ ଆରୟନଙ୍କ ପିତାମାତା ବିବାହ ଭୋଜି ଖାଇବାକୁ ବାହାରିଥିଲେ। ବଡ଼ ପୁଅ କ୍ଲବରୁ ଆସିନଥିବାରୁ ସେମାନେ ଆରୟନକୁ ଘରେ ରହି ବଡ଼ ଭାଇକୁ ଅପେକ୍ଷା କରିବାକୁ କହିଥିଲେ। ଆରୟନ ମାତାପିତାଙ୍କ ସହ ଯିବାକୁ ଜିଦ୍ ଧରିଥିଲେ ବି ବଡ଼ ଭାଇ ଆସିଲେ ଦୁହେଁ ମିଶି ଭୋଜିକୁ ଆସିବ ବୋଲି କହି ଘରୁ ବାହାରି ଯାଇଥିଲେ ମାତାପିତା। ସାଥିରେ ନନେବାରୁ ରାଗରେ ଆରୟନ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ଆରୟନଙ୍କ ବଡ଼ ଭାଇ ଘରକୁ ‌ଫେରିବା ପରେ ଆରୟନଙ୍କୁ ଏଭଳି ଝୁଲୁଥିବା ଦେଖି ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆରୟନଙ୍କ ଭାଇଙ୍କ କାନ୍ଦ ଶୁଣି ପଡ଼ୋଶୀମାନେ ଆସିବା ସହ ପୁଲିସ ଓ ତାଙ୍କ ମାତାପିତାଙ୍କୁ ଖବର ଦେଇଥିଲେ।

ଆରୟନଙ୍କ ମାତାପିତା ତାଙ୍କୁ ୩ଟି ହସ୍ପିଟାଲରେ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର