ସ୍କୁଲକୁ ଜିନ୍ସ ପିନ୍ଧି ଯିବା ମହଙ୍ଗା ପଡ଼ିଲା, କଇଁଚିରେ ଫ୍ୟାଣ୍ଟ କାଟି ଛାତ୍ରକୁ ଗୁରୁତର କଲେ ଶିକ୍ଷକ

ଲକ୍ଷ୍ମୌ: ଉତ୍ତରପ୍ରଦେଶର କାନପୁରସ୍ଥିତ ସିକନ୍ଦର ଅଞ୍ଚଳରେ ଥିବା ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ର ସ୍କୁଲକୁ ଜିନ୍ସ ପରିଧାନ କରି ଯିବା ମହଙ୍ଗା ପଡ଼ିଛି। ଶିକ୍ଷକ ଉକ୍ତ ଛାତ୍ରର ଜିନ୍ସକୁ କାଟିବା ସହ ତା’କୁ ଗୁରୁତର ଆହତ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୀଡିତ ଛାତ୍ରଙ୍କ ପିତା ବିନୋଦ ପାଲ କହନ୍ତି, ମୋ ପୁଅର ପରୀକ୍ଷା ଚାଲିଥିଲା। ସେ ସ୍କୁଲ ପେଣ୍ଟ ନପାଇବାରୁ ତା’ର ଡେନିମ୍‌ ଜିନ୍ସ ପିନ୍ଧି ସ୍କୁଲକୁ ଚାଲି ଆସିଥିଲା। ପୁଅକୁ ଜିନ୍ସ ପିନ୍ଧା ଦେଖି ସ୍କୁଲର ପରିଚାଳକ ଉତକ୍ଷିପ୍ତ ହୋଇଯାଇଥିଲେ। ମୋ ପୁଅ ଜିନ୍ସ ପିନ୍ଧିଥିବା ଅବସ୍ଥାରେ ହିଁ ସେମାନେ ପ୍ୟାଣ୍ଟକୁ କଇଁଚିରେ କାଟି ପକାଇଥିଲେ। ଫଳରେ ପୁଅର ଗୋଡରେ ଗୁରୁତର ଆଘାତ ଲାଗିଥିଲା। ପୁଅ ଏପରି ଆଉ କେବେ କରିବ ନାହିଁ ବୋଲି ଯେତେ କହିଥିଲେ ବି ସ୍କୁଲ ପରିଚାଳକ ମୋ ପୁଅର କୌଣସି କଥା ଶୁଣି ନଥିଲେ। ଜିନ୍ସ କାଟିବା ସହିତ ପୁଅକୁ ଗୁରୁତର ଅବସ୍ଥାରେ ଘରକୁ ପଠାଇ ଦେଇଥିଲେ। ପୁଲିସ ନିକଟରେ ଏହି ଘଟଣାର ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର