ଏଫ୍‌ଆଇଆର୍‌ ଲେଖାଇବାକୁ ଯାଇଥିବା ନାବାଳିକାକୁ ପୁଲିସ୍‌ ଷ୍ଟେସନ୍‌ରେ ନାଚିବାକୁ କହିଲେ ଇନ୍‌‌ସପେକ୍ଟର, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଟିନ୍‌-ଏଜ୍‌ ଝିଅର ଭିଡିଓ ସୋସିିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟରେ ଝିଅଟି ନାଚୁଥିବାର ଦେଖିବାକୁ ମିଳିଛି। ଅଭିିଯୋଗ ହୋଇଛି ଯେ ଝିଅଟି ଉତ୍ତରପ୍ରଦେଶର ଗୋବିନ୍ଦ ନଗର ପୁଲିସ ଷ୍ଟେସନର ଏଫ୍‌ଆଇଆର୍‌ ରୁଜୁ କରିବାକୁ ଯାଇଥିବା ବେଳେ ପୁଲିସ୍‌ ‌ଷ୍ଟେସନ୍‌ର ଇନସ୍‌ପେକ୍ଟର ପ୍ରଥମେ ଝିଅଟିକୁ ନାଚିବାକୁ କହିଥିଲେ। ନାଚିବା ପରେ ଯାଇ ସେ ଏଫ୍‌ଆଇଆର୍‌‌ ଲେଖିବେ ବୋଲି କହିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ଇନସ୍‌ପେକ୍ଟର ଅସମୟରେ ତାଙ୍କୁ ପୁଲିସ୍‌ ‌ଷ୍ଟେସନ୍‌କୁ ଡାକି ତାଙ୍କ ସମ୍ମୁଖରେ ନାଚିବାକୁ କହିଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗୋବିନ୍ଦ ନଗରର ପଶ୍ଚିମାଞ୍ଚଳରେ ଥିବା ଡାବୁଲିଠାରେ ନାବାଳିକା ଜଣକ ନିଜ ପରିବାର ସହ ରହନ୍ତି। ପରିବାର ଲୋକଙ୍କ କହିବାନୁସାରେ, ସେମାନେ ଭଡ଼ା ରହୁଥିବା ଘର ମାଲିକଙ୍କ ଭଜଣା ତାଙ୍କ ଝିଅ ସହ ଅସଦାଚରଣ କରିବା ସହ ସେମାନଙ୍କୁ ବଳପୂର୍ବକ ଘରୁ ତଡ଼ିବାକୁ ଚେଷ୍ଟା କରିଥଲା।

Ommcom News

ଅଗଷ୍ଟ ୭ ତାରିଖରେ ପୁଣି ଘର ମାଲିକଙ୍କ ଭଜଣା ନାବାଳିକା ଜଣକ ବଜାରରୁ ଫେରୁଥିବା ବେଳେ ତାଙ୍କ ସହ ଅସଦାଚରଣ କରିଥିବାରୁ ‌ସେମାନେ ପୁଲିସ୍‌ର ସହାୟତା ନେବାକୁ ଚାହିଁଥିଲେ।

ମାତ୍ର ଥାନାରେ ଥିବା ଇନସ୍‌ପେକ୍ଟର ତାଙ୍କ ଅସୁବିଧାର ଫାଇଦା ଉଠାଇ ତାଙ୍କ ଝିଅକୁ ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଗୋବିନ୍ଦ ନଗର ସର୍କଲ ଅଧିକାରୀ ବିକାଶ କୁମାର ପାଣ୍ଡେ କହିଛନ୍ତି ଯେ ଏହି ମାମଲାର କ‌ୌଣସି ସତ୍ୟାସତ୍ୟ ନଥିବାରୁ ଝିଅଟି ଇଣ୍ଟର୍‌ନେଟ୍‌ରେ ଭିଡିଓ ଭ‌ାଇରାଲ୍‌ କରି ପୁଲିସ୍‌ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି।

ସମ୍ବନ୍ଧିତ ଖବର