ଦେବୀଙ୍କ ମୂର୍ତ୍ତିକୁ ବି ଛାଡ଼ିଲେନି: ଦୁର୍ଗା ମୂର୍ତ୍ତି ସହ ଆପତ୍ତିଜନକ କାମ କରି ଭିଡ଼ିଓ ପୋଷ୍ଟ କଲେ ୩ଜଣ ଯୁବକ, ଗିରଫ କଲା ପୁଲିସ

ସହାରାନ୍‌ପୁର: ପୂର୍ବରୁ ଦୁଷ୍କର୍ମକାରୀମାନେ ମହିଳାମାନଙ୍କୁ ନିଜ କାମନାର ଶିକାର କରୁଥିବା ବେଳେ ଏବେ ୩ଜଣ ଯୁବକ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ସହ ଆପତ୍ତିଜନକ କାମ କରିଥିବା ଖବର ସାମ୍ନାକୁ ଆସିଛି । ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ୩ଜଣ ଅଭିଯୁକ୍ତଙ୍କ ଏପରି କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ଏପରି କାମ ଦେଖି ସେମାନଙ୍କୁ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ । ଯାହା ପରେ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ରବିବାର ମଧ୍ୟରାତ୍ରୀରେ ଦୁର୍ଗାବାଡ଼ି ଆସି ସେଠାରେ ରଖା ଯାଇଥିବା ଦୂର୍ଗା ମୂର୍ତ୍ତି ସହ ଆପତ୍ତିଜନକ କାମ କରିଥିଲେ । ଏହା ସହ ଗାଳି ଦେଇ ଭିଡ଼ିଓ ତିଆରି କରିବା ପରେ ନିଜ ନକଲି ସୋସିଆଲ ମିଡ଼ିଆ ଆକାଉଣ୍ଟରୁ ଏହି ଭିଡ଼ିଓକୁ ପୋଷ୍ଟ କରିଥିଲେ । ଏହି ଭିଡ଼ିଓ ଭାଇରାଲ ହେବା ପରେ ହିନ୍ଦୁ ସଂଗଠନ ଆନ୍ଦୋଳନ କରିବା ସହ ଭିଡ଼ିଓରୁ ୩ଜଣ ଅଭିଯୁକ୍ତଙ୍କ ଠିକଣା ମିଳିଥିଲା । ୩ଜଣଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା ବେଳେ ସହାରାନପୁରକୁ ସେମାନେ କାମ କରିବା ପାଇଁ ଆସିଥିଲେ ।

ଠିକଣା ମିଳିବା ପରେ ହିନ୍ଦୁ ସଂଗଠନର କିଛି କର୍ମୀ ୩ଜଣଙ୍କୁ ଖୋଜି ସେମାନେ କାମ କରୁଥିବା ସ୍ଥାନରେ ପହଞ୍ଚିଥିଲେ । ଯାହା ପରେ କର୍ମୀମାନେ ୩ଜଣଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କୁ କୋତଓ୍ଵାଲି ପୁଲିସ ଜିମା ଦେଇଥିଲେ ।

ସମ୍ବନ୍ଧିତ ଖବର