୩ ଡକାୟତ ଗିରଫ, ତିନି ଫେରାର୍‌

ବାଇକ୍‌, ମୋବାଇଲ୍‌ ଫୋନ୍‌, ୨ କଟୁରି, ଛୁରି ଓ ଟଙ୍କା ଜବତ

ଭୁବନେଶ୍ୱର: ସତ୍ୟନଗର ଓଭରବ୍ରିଜ୍‌ ନିକଟରେ ବଡ଼ଧରଣର ଡକାୟତି ଯୋଜନାକୁ ଖାରବେଳନଗର ଥାନା ପୁଲିସ ପଣ୍ଡ କରିଛି। ପୁଲିସ ୩ଜଣ ଡକାୟତଙ୍କୁ ଗିରଫ କରିବା ସହ ଗୋଟିଏ ବାଇକ୍‌, ୧୬ଟି ମୋବାଇଲ୍‌ ଫୋନ୍‌, ୨ଟି କଟୁରି, ଗୋଟିଏ ଛୁରି ଓ କିଛି ଟଙ୍କା ଜବତ କରିଛି। ସେମାନେ ହେଲେ ୟୁନିଟ୍‌-୩ ମାଳିସାହି ମସ୍‌ଜିଦ୍‌ କଲୋନିର ଜଗନ ସାହୁ(୨୪), ଶାନ୍ତିନଗରବସ୍ତିର ସେକ୍‌ ହାଇଦର୍‌ ଅଲ୍ଲୀ(୩୨) ଓ ସେକ୍‌ ରମ୍‌ଜାନ୍‌(୧୯)। ବୁଧବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଜଗନ, ହାଇଦର, ରମଜାନ ଓ ସେମାନଙ୍କ ସହଯୋଗୀମାନେ ସତ୍ୟନଗର ଓଭରବ୍ରିଜ୍‌ ତଳେ ବସି ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଖବର ପାଇଥିଲା। ପରେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଡକାୟତମାନେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୁଲିସ ୩ଜଣଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଜଗନ, ହାଇଦର ଓ ରମଜାନକୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର