ଯୁବତୀଙ୍କୁ ବିକିବା ପାଇଁ ବେଶ୍ୟାଳୟକୁ କରୁଥିଲେ ଫୋନ୍‌, ଲାଗିଲା ପୁଲିସ ଷ୍ଟେସନ୍‌ରେ

ନୂଆଦିଲ୍ଲୀ: ବିହାରର ଦୁଇଜଣ ବ୍ୟକ୍ତି  ଜଣେ ଯୁବତୀଙ୍କୁ  ବିକିବାକୁ ଯୋଜନା କରି ବେଶ୍ୟାଳୟକୁ ଫୋନ୍‌ କରିଥିଲେ, ହେଲେ ଦୁର୍ଭାଗ୍ୟବଶତଃ ସେମାନଙ୍କ ଫୋନ୍‌ ପୁଲିସ ଷ୍ଟେସନ୍‌ରେ ଯାଇ ଲାଗିଥିଲା। ଏହାପରେ ଘଟଣା କ’ଣ ହେଲା ଆସନ୍ତୁ ଜାଣିବା।

ଅମର ଓ ରଣଜିତ୍‌ ସାହା ନାମକ ଦୁଇ ଜଣ ବ୍ୟକ୍ତି ଜଣେ ଯୁବତୀକୁ ବେଶ୍ୟାଳୟରେ ବିକିବା ପାଇଁ ଯୋଜନା କରିଥିଲେ। ତେବେ କିପରି ବିକିବେ ସେ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ନ ଥିଲା। ଏଥିପାଇଁ ଦୁହେଁ ୟୁଟୁବ୍‌ରେ ଜିବି ରୋଡରେ ଥିବା ଏକ କୋଠାର ସର୍ଚ୍ଚ କରିଥିଲେ। ଏହି ସର୍ଚ୍ଚ କରୁଥିବା ସମୟରେ ସେମାନେ ବେଶ୍ୟାଳୟ କୋଠା କାନ୍ଥରେ ଲେଖାଯାଇଥିବା ଏକ ଫୋନ୍‌ ନମ୍ବର ପାଇଥିଲେ। ଏହି ଫୋନ୍‌ ନମ୍ବର ସେହି କୋଠା ମାଲିକଙ୍କର ବୋଲି ଭାବି ଅମର ଓ ରଣଜିତ ନମ୍ବର ଡାଏଲ କରିଥିଲେ। ଫୋନ୍‌ ବି ରିଙ୍ଗ ହେଲା, ବୀପରିତ ପାର୍ଶ୍ୱରୁ ହ୍ୟାଲୋ… ବି ଶୁଣା ଯାଇଥିଲା। ଏହାପରେ ଉଭୟ ଯୁବତୀ ବିକିବା କଥା ଫୋନ୍‌ରେ ହୋଇଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫୋନ୍‌ ଦିଲ୍ଲୀ କମଳା ମାର୍କେଟ ଥାନାରେ ଯାଇ ଲାଗିଥିଲା ।ଫୋନ୍‌ ଉଠାଇଥିଲେ ଏସଏଚଓ ସୁନୀଲ କୁମାର। ସେ ବି ଅମର ଓ ରଣଜିତକୁ ନିଜର ପରିଚୟ ନଦେଇ ଯୁବତୀ କିଣିବା ଭଳି ମୁଲଚାଲ କରିଥିଲେ। ଏହାପରେ କେଉଁସ୍ଥାନରେ ସେମାନେ ଯୁବତୀ ବିକିବେ ସେ ନେଇ ଏସଏଚଓ ସୁନିଲ ପଚାରିଥିଲେ। ସେମାନେ ଦିଲ୍ଲୀର ରେଲେଓ୍ଵ ଷ୍ଟେସନ୍‌ରେ ଦେଖା କରିବେ ବୋଲି କହିଥିଲେ। ପୁଲିସ ଅମର ଓ ରଣଜିତ ପାଖକୁ ଛଦ୍ମବେଶରେ ଆସିଥିଲା, ଯେମିତି ସେମାନେ ଯୁବତୀଙ୍କୁ ଦେଖାଇଛନ୍ତି ତତ୍‌କ୍ଷଣାତ ପୁଲିସ ଦୁଇ ଅଭିଯୁକ୍ତକୁ କାବୁ କରି ଗିରଫ କରି ନେଇଥିଲା। ଯୁବତୀ ତାଙ୍କ ହାତମୁଠାକୁ ଆସିବା ମାତ୍ରେ ସେମାନେ ନିଜର ଅସଲ ରୂପ ଅଭିଯୁକ୍ତଙ୍କୁ ଦେଖାଇଥିଲେ। ଉଦ୍ଧାର ଯୁବତୀକୁ ପୁଲିସ କଷ୍ଟୋଡିକୁ ନିଆଯାଇଛି।

ସମ୍ବନ୍ଧିତ ଖବର