ଦୀପାବଳି ପାଇଁ ଚାରିଆଡେ ଉତ୍ସବ ମୁଖର ଥିବା ବେଳେ ମେଟ୍ରୋ ଷ୍ଟେସନ ବ୍ରିଜରୁ ଡେଇଁ ବିବାହିତ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ହାଇଦ୍ରାବାଦ: ଦୀପାବଳିରେ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବା ବେଳେ ହାଇଦ୍ରାବାଦାରୁ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳା ମେଟ୍ରୋ ଷ୍ଟେସନ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଖବର ମିଳିଛି।  ଏହି ଘଟଣା ପ୍ରଘଟ ହେବା ପରେ  ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ଥାନୀୟଲୋକେ ଏହି ଘଟଣା ସମ୍ପର୍କ ଖବର ପାଇବା ପରେ ଘଟଣାସ୍ଥଳକୁ ଦୌଡ଼ି ଯାଇ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏବେ ବି ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ହାଇଦ୍ରାବାଦ ଭିକ୍ଟୋରିଆ ମେମୋରିଆଲ ମେଟ୍ରୋ ଷ୍ଟେସନ ବ୍ରିଜରେ ମହିଳା ପହଞ୍ଚି ସେଠାରୁ ଡେଇଁବାକୁ ଉଦ୍ୟମ କରିଥିଲେ। ଫଳରେ ବ୍ରିଜ ଉପରୁ ମହିଳା ପାର୍ଶ୍ଵରେ ଥିବା ରାସ୍ତାରେ ସିଧାସଳଖ ଆସି ପଡିଥିଲେ।  ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଏହି ମହିଳାଙ୍କ ପ୍ରକୃତ ପରିଚୟ ମିଳି ପାରି ନଥିଲା।

ପାରିବାରିକ କଳହ କାରଣରୁ ମହିଳା ଆତ୍ମହତ୍ୟା ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯିବା ସହିତ ମହିଳା ଜଣକ ବିବାହିତ ଓ ତାଙ୍କର ଏକ ଶିଶୁ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

 

ସମ୍ବନ୍ଧିତ ଖବର