ବିଶ୍ୱ ରେକର୍ଡ: ଗୋଟିଏ ଓଭରରେ ୪୩ ରନ୍‌, ଏମିତି ହେଲା ରନ୍‌ ବର୍ଷା

ନୂଆଦିଲ୍ଲୀ: ଗୋଟିଏ ଓଭରରେ ୩୬ ରନ୍‌ ହେବା କଥା ଅନେକ ଲୋକ ଜାଣିଛନ୍ତି କିନ୍ତୁ ୪୩ ରନ୍‌ କଥା ଭାବିଲା ବେଳକୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ନ୍ୟୁଜିଲାଣ୍ଡସ୍ଥିତ ହେମିଲଟନ୍‌ର ସେଡାନ ପାର୍କରେ ବୁଧବାର ଏହି ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ‘ଦ ଫୋର୍ଡ ଟ୍ରଫି’ରେ ଖେଳାଯାଇଥିବା ୫୦ ଓଭର ମ୍ୟାଚ୍‌ରେ ଏଭଳି ରନ୍‌ ବର୍ଷା ହୋଇଛି ଯେ, ଲିଷ୍ଟ-ଏ କ୍ରିକେଟ୍‌ରେ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି।

ନଦର୍ନ ଡିଷ୍ଟ୍ରିକ୍ସଟ ପକ୍ଷରୁ ଜୋ କାର୍ଟର (ଅପରାଜିତ ୧୦୨ ରନ୍‌) ଓ ବ୍ରେଟ୍‌ ହେପଟନ୍‌ (୯୫ ରନ୍‌) ଯୋଡ଼ି ସେଣ୍ଟ୍ରାଲ ଡିଷ୍ଟିକ୍ଟସର ଦ୍ରୁତ ବୋଲର ଭିଲେମ ଲୁଡିକଙ୍କ ଏକ ଓଭରରେ ୪୩ (୪, ୬+ନୋ ବଲ, ୬+ନୋ ବଲ, ୬,୧,୬,୬,୩) ରନ ଦେଇଛନ୍ତି। ପ୍ରିଟୋରିଆ (ସାଉଥ ଆଫ୍ରିକା)ର ଜନ୍ମିତ ଏହି ବୋଲର ଏହି ଓଭରକୁ ଏହି ଓଭରକୁ କେବେ ଭୁଲି ପାରିବେ ନାହିଁ।

ଏହା ପୂର୍ବରୁ ଲିଷ୍ଟ-ଏ କ୍ରିକେଟ୍‌ରେ ଗୋଟିଏ ଓଭରରେ ସର୍ବାଧିକ ରନ ସଂଗ୍ରହ ହେବା ରେକର୍ଡ ଏଲଟ୍‌ନ ଚିଙ୍ଗୁମ୍ବୁରାଙ୍କ ନାମରେ ଥିଲା, ଯିଏକି ୨୦୧୩ରେ ଢାକାରେ ପ୍ରୀମିୟର ଡିଭିଜନ ମୁକାବିଲାରେ ଶେଖ ଜମାଲ କ୍ଲବ ପକ୍ଷରୁ ଖେଳି ଆବ୍ରାହନୀ ଲିମିଟେଡ ବିପକ୍ଷରେ ଆଲାଉଦ୍ଦୀନ ବାବୁଙ୍କ ଗୋଟିଏ ଓଭରରେ ୩୯ (ନୋ୫, ଓ୍ଵାଇଡ୧, ୬,୪,୬,୪୬,ଓ୍ଵାଇଡ୧,୬) ରନ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର