ହାଥର୍ସ: ଉତ୍ତରପ୍ରଦେଶର ହାଥର୍ସଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପୁଲିସ୍ ହାତରେ ଜଣେ ଦିବ୍ୟାଙ୍ଗ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ମୃତକ ଜଣକ ହେଉଛନ୍ତି ୪୪ ବର୍ଷିଅ ବିମଲ କୁମାର। ସ୍ଥାନୀୟ ଅଞ୍ଚଳରେ ସେ ଏକ ମଦ ଦୋକାନ ଖୋଲିଥଲେ। ଟଙ୍କା-ପଇସା ବିବାଦକୁ ନେଇ ପୁଲିସ୍ ମାଡ଼ରେ ତାଙ୍କର ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଲୋକ ସଂପୃକ୍ତ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିବ୍ୟାଙ୍ଗ ଦୋକାନୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ ବିକ୍ଷୋଭ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ବିକ୍ଷୋଭକାରୀମାନେ ଆଗ୍ରା-ଆଲିଗଡ଼ ରସ୍ତା ଅବରୋ କରିଛନ୍ତି। ପୁଲିସ୍ ଅଭିଯୁକ୍ତ ସବ୍-ଇନ୍ସ୍ପେକ୍ଟର ଆଶିଷ ଯାଦବଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଏହି ଘଟଣାକୁ ଭିତ୍ତିକରି ଆଶିଷଙ୍କୁ ନିଲମ୍ବିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ସୋମବାର ରାତିରେ ଆଶିଷ ଯାଦବଙ୍କ କହିବା ଅନୁସାରେ କିଛି ପୁଲିସ୍ ଟଙ୍କା ବିବାଦ ହେତୁ ଯାଇ ଦିବ୍ୟାଙ୍ଗ ବିମଲଙ୍କୁ ବାଡ଼ାପିଟା କରିଥିଲେ। ବିମଲ ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ହସ୍ପିଟାଲ୍କୁ ନିଆଯାଇଥିଲା। ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଜିଲ୍ଲା ଅଧିକାରୀ ତାଙ୍କ ପରବାର ବର୍ଗଙ୍କୁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିଛନ୍ତି।