କେରଳରେ ପୁଣି ଲଜ୍ଜା: ୫ବର୍ଷର ପୁଅ ଆଗରେ ମା’କୁ ଦୁଷ୍କର୍ମ କଲେ ୪ ଯୌନ ପିଶାଚ, ବୁଲିବାକୁ କହି ଡ଼ାକିନେଇଥିଲା ସ୍ୱାମୀ

ତିରୁବନନ୍ତପୁରମ: କରେଳରେ ଖାଦ୍ୟ ଅନ୍ୱେଷଣରେ ବୁଲୁ ଥିବା ବେଳେ ଗର୍ଭିଣୀ ହାତୀକୁ କେତେକ ଲୋକେ ବାଣ ଭରାଯାଇଥିବା ସପୁରୀଟିଏ ଖାଇବାକୁ ଦେଇଥିଲେ। ସପୁରୀ ଖାଇବା ବେଳେ ପାଟିରେ ବାଣ ଫୁଟି ଉକ୍ତ ଗର୍ଭବତୀ ହାତୀର ମୃତ୍ୟୁ ହେବା ଘଟଣା ଏବେ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି କରିଥିବା ଲୋକଙ୍କ ମାନବିକତାକୁ ନେଇ ସାରା ଦେଶ ପ୍ରଶ୍ନ କରୁଥିବା ବେଳେ ଏବେ ପୁଣି କେରଳରେ ଏକ ଅଭାବନୀୟ ଘଟଣା ଘଟିଛି | ଜଣେ ମହିଳାଙ୍କୁ ତା’ର ସ୍ୱାମୀ ବୁଲାଇବାକୁ କହି ଡ଼ାକିନେବା ଓ ପରେ ୪ଜଣ ଯୌନ ପିଶାଚଙ୍କ ହାତକୁ ଟେକିଦେବା ଭଳି ଘଟଣା ଏବେ ପୁଣି କେରଳକୁ ଲଜ୍ଜିତ କରିଛି | ମହିଳାଙ୍କ ସହ ଏଭଳି ଘଟୁଥିବା ବେଳେ ପାଖରେ ଠିଆ ହୋଇ ଛାଡ଼ିଦେବା ପାଇଁ ଚିତ୍କାର କରୁଥିଲା ତାଙ୍କ ୫ବର୍ଷର ପୁଅ | ହେଲେ ପାଖରେ ଠିଆ ହୋଇଥିବା ସ୍ୱାମୀ ଚୁପ ହୋଇ ସବୁ ଦେଖୁଥିଲା | ଘଟଣାଟି ଗୁରୁବାର ତିରୁବନନ୍ତପୁରମରେ ଘଟିଥିବା ବେଳେ ମହିଳାଙ୍କ ସ୍ୱାମୀଙ୍କୁ ମିଶାଇ ସମସ୍ତ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ |

MP reports highest rapes in country again; 60 per cent with minors ...

ପୀଡିତାଙ୍କ ଅଭିଯୋଗ ମୁତାବକ, ଗୁରୁବାର ତାଙ୍କ ସ୍ୱାମୀ ତାଙ୍କୁ ଏବଂ ତାଙ୍କ ୫ବର୍ଷର ପୁଅକୁ ସମୁଦ୍ର କୂଳକୁ ବୁଲାଇ ନେବାକୁ କହି ଘରୁ ଡ଼ାକିନେଇଥିଲେ | କିଛି ବାଟ ଯିବା ପରେ ଏକ ଜନଶୂନ୍ୟ ସ୍ଥାନରେ ଗାଡି ଅଟକାଇବା ସହ ୪ଜଣ ଯୌନ ପିଶାଚ ଥିବା ସ୍ଥାନକୁ ପୀଡିତାଙ୍କୁ ଟାଣି ନେଇଥିଲେ ତାଙ୍କ ସ୍ୱାମୀ | ସେଠାରେ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ମଦ ପିଆଇବା ସହ ତାଙ୍କୁ ସିଗାରେଟ ଚେଙ୍କ ଦେଇ ଦୁଷ୍କର୍ମ କରିଥିଲେ | ପରେ ପୀଡିତା ପୁଅକୁ ଘରେ ଛାଡି ଆସିବି ବୋଲି ଅନୁରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଯିବାକୁ ଦେଇଥିଲେ | ରାସ୍ତାକୁ ଆସିବା ପରେ ପୀଡିତା ଜଣେ କାର ଚାଳକଙ୍କୁ ଅଟକାଇବା ସହ ତାଙ୍କୁ ପୂରା ଘଟଣା ଜଣାଇଥିଲେ | ସବୁ ଜାଣିବା ପରେ ଚାଳକଜଣକ ପୀଡିତାଙ୍କୁ ପୁଲିସ ଷ୍ଟେସନ ନେଇ ପହଂଚିଥିଲେ | ଅଭିଯୋଗ ପରେ ଏବେ ଡାକ୍ତରଖାନାରେ ପୀଡିତାଙ୍କ ଚିକିତ୍ସା ଚାଲୁଥିବା ବେଳେ ୫ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ |

ସମ୍ବନ୍ଧିତ ଖବର