ପ୍ରେମିକ ସହ ରହିବା ପାଇଁ ପୁଅକୁ ହତ୍ୟା କଲା ମା’

ସଲେମ୍‌ : ଅବୈଧ୍ୟ ସଂପର୍କ ପାଇଁ ମା’ର ମମତାକୁ ବଳି ପକାଇଛନ୍ତି ଜଣେ ମହିଳା । ପ୍ରେମିକ ସହ ସୁଖର ସଂସାର କରିବା ପାଇଁ ନିଜ ହାତରେ ଗଢ଼ିଥିବା ସଂସାରକୁ ଭାଙ୍ଗିବାକୁ ପଛାଇ ନାହାନ୍ତି ମହିଳା । ପ୍ରେମିକ କଥାରେ ପଡ଼ି ନିଜ ବଡ଼ ପୁଅକୁ କୂଅକୁ ଠେଲି ହତ୍ୟା କରିଥିବା ବେଳେ ବୁଧବାର ପୁଲିସ ଅଭିଯୁକ୍ତ ମହିଳାକୁ ଗିରଫ କରିଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ମହିଳାଙ୍କ ପ୍ରେମିକ ଫେରାର ଥିବା ବେଳେ ତାକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ଅଭିଯୁକ୍ତ ମୀନାବତି (୨୪) ପାଓ୍ଵାରଲୁମ୍‌ରେ କାମ କରୁଥିବା ମଣିକନ୍ଦନଙ୍କ ସହ ବିବାହ କରିଥିବା ବେଳେ ତାଙ୍କର ଶଶିକୁମାର ଏବଂ ଅକିଲନ ନାମକ ଦୁଇ ପୁଅ ଥିଲେ । ମଣିକନ୍ଦନ କାମ ପାଇଁ ଅଧିକ ସମୟ ବାହାରେ ରହୁଥିବାରୁ ମୀନାବତି ଏକୁଟିଆ ରହୁଥିଲେ । ଏହି ସମୟରେ ତାଙ୍କ ସାଥ୍‌ ଦେଇଥିଲେ ମଣିକନ୍ଦନଙ୍କ ସାଙ୍ଗ ଦେବରାଜ । କିଛି ଦିନର ମିଳାମିଶା ପରେ ଦୁହିଁଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢ଼ିଉଠିଥିଲାା ଧୀରେ ଧୀରେ ସଂପର୍କ ଅତି ଗଭୀର ହେବା ପରେ ଦେବରାଜ ମଣିକନ୍ଦନଙ୍କୁ ଛାଡ଼ି ତାଙ୍କ ସହ ରହିବା ପାଇଁ ମୀନାବତିଙ୍କୁ ବାଧ୍ୟ କରିଥିଲେ । ଏଥି ପାଇଁ ସେ ପ୍ରଥମେ ତାଙ୍କର ଦୁଇ ପୁଅଙ୍କୁ ମାରିବାକୁ ହେବ ବୋଲି କହିବାରୁ ମାର୍ଚ୍ଚ ୫ରେ ତାଙ୍କ ବଡ଼ ପୁଅ ଶଶିକୁମାରଙ୍କୁ ବୁଲାଇ ନେବା ବାହାନାରେ ନେଇ କୂଅକୁ ଠେଲି ଦେଇଥିଲେ ମୀନାବତି ।

Bridge Magazine

ଅନ୍ୟ ପକ୍ଷରେ ମଣିକନ୍ଦନ ପୁଅକୁ ଚାରିଆଡ଼େ ଖୋଜି ନ ପାଇ ପୁଲିସରେ ଏତଲା ଦେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । ତଦନ୍ତ ସମୟରେ ମୀନାବତିଙ୍କ ବୟାନକୁ ନେଇ ପୁଲିସ ସନ୍ଦେହ କରିବା ସହ ତାଙ୍କୁ ଜେରା କରିବା ଆରମ୍ଭ କରିଥିଲା । ଜେରା ସମୟରେ ମୀନାବତି କରିଥିବା ଦୋଷକୁ ମାନି ନେଇଥିବା ବେଳେ ଦେବରାଜ ତାଙ୍କୁ ଏପରି କରିବା ପାଇଁ କହିଥିଲେ ବୋଲି ପୁଲିସକୁ ଜଣାଇଥିଲେ । ପ୍ରକୃତ ଘଟଣା ସମ୍ନାକୁ ଆସିବା ପରେ ମୀନାବତିକୁ ଗିରଫ କରିବା ସହ ଦେବରାଜଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର