ଜେଲ୍‌ରେ ମହିଳା କଏଦୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିବା ଲେଖି ମୋଦୀଙ୍କୁ ଚିଠି ପଠାଇଲେ ମହିଳା, ତଦନ୍ତ ଆରମ୍ଭ

ମୁଜାଫରନଗର : ବିହାରର ମୁଜାଫରନଗରରେ ଥିବା ଖୁଦୀରାମ ବୋଷ୍ କେନ୍ଦ୍ରୀୟ କାରାଗାର ଭିତରେ ଘଟୁଥିବା ଏକ ଜଘନ୍ୟ ଘଟଣା ଏବେ ସାମ୍ନାକୁ ଆସିଛି । ଜେଲରେ ବନ୍ଦୀ ଥିବା ମହିଳା କଏଦୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିବା ସହ ଶାରୀରିକ ସଂପର୍କ ରଖିଲେ ସେମାନଙ୍କୁ ବିଳାସପୂର୍ଣ୍ଣ ସୁବିଧା ମିଳୁଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଜେଲ୍‌ରେ ବନ୍ଦୀ ଥିବା ଜଣେ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅଭିଯୋଗ କରିବା ପରେ ଘଟଣାଟି ସାମ୍ନାକୁ ଆସିଛି । ମାମଲାଟି ସାମ୍ନାକୁ ଆସିବା ପରେ ବିହାରର ମହିଳା ଆୟୋଗ ଜେଲ୍‌କୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

time.com

ମୋଦୀଙ୍କୁ ଲେଖାଯାଇଥିବା ଚିଠିରେ ଖୁଦୀରାମ ବୋଷ୍ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ମହିଳା କଏଦୀମାନଙ୍କୁ ଏଠାରେ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଛି । ପଦାଧିକାରୀ ଏବଂ ପୁରୁଷ ଅଭିଯୁକ୍ତମାନଙ୍କ ସହ ଶାରୀରିକ ସଂପର୍କ ନ ରଖିଲେ ଏଠାରେ ମହିଳାମାନଙ୍କୁ ମାଡ଼ ମରା ଯାଉଛି । ଯେଉଁ ମହିଳାମାନେ ଶାରୀରିକ ସଂପର୍କ ରଖିବା ପାଇଁ ରାଜି ହୋଇ ଯାଉଛନ୍ତି, ସେମାନଙ୍କୁ ଫୋନରେ କଥା ହେବାର ସୁଯୋଗ ଦିଆଯିବା ସହ ଅନ୍ୟ ସୁବିଧା ମିଳୁଛି । ଯିଏ ଏଭଳି ଅପରାଧର ବିରୋଧ କରୁଛି, ତାକୁ ଖାଇବାକୁ ଦିଆଯାଉ ନାହିଁ । ଚିଠିରେ ମହିଳା କଏଦୀଜଣଙ୍କ ୩ଜଣ ମହିଳା ପୁଲିସ କର୍ମଚାରୀଙ୍କ ନାଁ ମଧ୍ୟ ଲେଖିଛନ୍ତି । ଯେଉଁମାନେ ଜେଲ୍‌ରେ ଥିବା ମହିଳାଙ୍କ ଝିଅକୁ ମାର୍ଚ୍ଚ ୪ରେ ପଦାଧିକାରୀଙ୍କ ସହ ଶରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । କିନ୍ତୁ ପୀଡ଼ିତା ମନା କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା । ଯାହାଦ୍ୱାରା ମହିଳାଙ୍କ ଝିଅ ଅଚେତ୍‌ ହୋଇ ଯାଇଥିଲେ ବୋଲି ଲେଖି ମହିଳା ପ୍ରଧାନମନ୍ତ୍ରୀ, ବିହାରର ମୁଖ୍ୟାମନ୍ତ୍ରୀ ଏବଂ ମହିଳା ଆୟୋଗକୁ ଚିଠି ଲେଖିଥିଲେ । ମହିଳା ଆୟୋଗକୁ ଏହି ଚିଠି ମିଳିବା ପରେ ଏବେ ତଦନ୍ତ ଆଦେଶ ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର