ପଡ଼ିଶା ଘରର ଝିଅକୁ ବାହା ହେବାକୁ ତାଜମହଲର ପ୍ରତିକୃତି ଦେବା ବେଳେ ଘଟିଲା ଅଘଟଣ, ଯୁବକ ଗିରଫ

ନୂଆଦିଲ୍ଲୀ:୨୨ ବର୍ଷୀୟ ଜିତୁ ତାର ପଡ଼ିଶା ଘରର ଝିଅକୁ ବାହା ହେବାକୁ ତା’କୁ ତାଜମହଲର ପ୍ରତିକୃତନେଇ ବାହାଘର ପାଇଁ ପ୍ରସ୍ତାବ ଦେବାକୁ ଠିକ୍‌ କରିଲା। ଜିତୁ ସୋମବାର ରାତିରେ ଛାତ ଉପରୁ ଏକ ଗିଫ୍ଟ ପ୍ୟାକ୍‌ କରି ତାଜମହଲର ପ୍ରତିକୃତି (ମଡେଲ୍‌)କୁ ଉକ୍ତ ଯୁବତୀ ପାଖକୁ ଫିଙ୍ଗିଲା। ସେହି ପ୍ରତିକୃତି ଯାଇ ଯୁବତୀର ବାପାଙ୍କ ମୁଣ୍ଡରେ ବାଜିଲା। ସେହି ସମୟରେ ସେ ଖାଉଥିଲେ। ଯୁବତୀର ପିତାଙ୍କ ମୁଣ୍ଡରେ ଜୋରରେ ଆଘାତ ହେଲା। ଏହାପରେ ଘରେ ପାଟିତୁଣ୍ଡ ହେଲା। ଏହାପରେ ଝିଅ ଘରଲୋକେ ପୁଲିସକୁ ଖବର ଦେଲେ। ଯୁବତୀଙ୍କୁୁ ଆଗରୁ ଜିତୁର ଭାଇ ଉପହାର ସ୍ୱୀକାର ନ କରିଲେ,ଏହାର ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା।

ପୁଲିସ ତାଜମହଲର ପ୍ରତିକୃତିକୁ ଯୁବତୀଙ୍କ ଘରୁ ଉଦ୍ଧାର କରିଛି। ପୀଡିତାଙ୍କ ଅନୁଯାୟୀ ସେ ଯେତେବେଳେ ବି ଘରୁ ବାହାରୁଥିଲା,ଜିତୁ ତା’କୁ ପିଛା କରୁଥିଲା ଓ ବାରମ୍ବାର ବାହାଘର ପ୍ରସ୍ତାବରେ ରାଜି ହୋଇ ତାଜମହଲର ପ୍ରତିକୃତି ନେବାକୁ କହିଥିଲା। ପୁଲିସ ଜିତୁକୁ ଗିରଫ କରି ତା’ବିରୁଦ୍ଧରେ ଯୌନ ଶୋଷଣ ମାମଲା ବି ରୁଜ୍ଜୁ କରିଛି।

ସମ୍ବନ୍ଧିତ ଖବର