୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ ରାଜସ୍ୱ ନିରୀକ୍ଷକ

ଖଡ଼ିଆଲ: ବାଲିଘାଟ କରାଇ ଦେବା ନାଁରେ ଜଣେ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ରାଜସ୍ୱ ନିରୀକ୍ଷକ ଦିନମଣି ରାଉତରାୟ ଭିଜିଲାନ୍ସ ବିଭାଗର ଅଧିକାରୀମାନଙ୍କ ହାତରେ ଧରାପଡ଼ିଛନ୍ତି। ଶ୍ରୀ ରାଉତରାୟଙ୍କୁ ଭବାନୀପାଟଣା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଛନ୍ତି।

ସୂଚନା ଅନୁସାରେ, ତୁକୁଲା ନିକଟସ୍ଥ ଅର୍ଜୁନ ନଦୀ ବାଲିଘାଟ କରେଇ ଦେବା ନାଁରେ ବ୍ୟବସାୟୀ ଯୁଗଲ ଠେଲାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍‌ସ ହାତରେ ଆଜି ଅପରାହ୍ନ ୪ଟାରେ ଧରାପଡ଼ିଥିଲେ। ପୂର୍ବରୁ ସେ ଏହି କାମ କରାଇ ଦେବା ପାଇଁ ୨୦ ହଜାର ଟଙ୍କା ଦାବି କରିଥିଲେ। କିନ୍ତୁ ଏହି କାରବାର ୫ ହଜାର ଟଙ୍କାରେ ଛିଣ୍ଡିଥିଲା।

ଏହା ପରେ ଖଇରଭାଡି ଗାଁର ଯୁଗଲ ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଆଜି ଯୋଜାନବଦ୍ଧ ଭାବେ ଲାଞ୍ଚ ନେଉଥିବା ବେଳେ ଶ୍ରୀ ରାଉତରାୟଙ୍କୁ ଭିଜିଲାନ୍ସ ଟିମ ଅତର୍କିତ ଭାବେ ଚଢ଼ାଉ କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର