ବିଦ୍ୟୁତ ଶୁଳ୍କ ଆଦାୟକୁ ତିନି ପଞ୍ଚାୟତର ବିରୋଧ 

କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନକାଡେଲି, ବାଡିଗଡ, ଚିକେନପୁଟ ଗ୍ରାମପଂଚାୟତର ଗ୍ରାମବାସୀ ଟାଟା ପାଓାର ପକ୍ଷରୁ ବିଦ୍ୟୁତ ଆଦାୟକୁ ବିରୋଧ କରାଯାଇଛି। ଏନେଇ ଆଜି ଏହି ତିନିଟି ପଞ୍ଚାୟତର ‌ଲୋକେ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଏହି ଗ୍ରାମବାସୀ ମାନେ ବିଗତ ଦିନରେ ଜଳ ବିଦ୍ୟୁତ ଯୋଜନାରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଦୀର୍ଘ ଦିନ ପରେ ପଂଚାୟତକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବାବେଳେ ସେମାନେ ୫ବର୍ଷ ହେଲା ମାଗଣାରେ ବିଦ୍ୟୁତ ପାଉଥିଲେ । ଚୁକ୍ତିନାମା ଅନୁସାରେ ମାଗଣା ବିଦ୍ୟୁତ ଯୋଗାଇବାର ବ୍ୟବସ୍ଥା ରହିଥିଲା । ଏବେ ଟାଟା ପାଓାର ଅଧିନରେ ରାଜ୍ୟ ସରକାର ବିଦ୍ୟୁତ ଶୁଳ୍କ ଆଦାୟ କରିବାକୁ ଦେଇଥିବାରୁ ଟାଟା ଚଢାଦରରେ ବିଦ୍ୟୁତ ଆଦାୟ କରିବାକୁ ଚେତାବନୀ ଦେଉଛି । ଅଂଚଳବାସୀ ଏକରେ ବିସ୍ଥାପିତ ପୁଣି ଜମିହରା ଓ ଗରିବ ଶ୍ରେଣୀର ତେଣୁ ପୂର୍ବପରି ଯଦି ମାଗଣା ବିଦ୍ୟୁତ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ଦିଆନ ଯାଏ ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର