୧୧୦ ବସ୍ତା ୟୁରିଆ ସାର ଜବତ, ବ୍ୟବସାୟୀଙ୍କ ନାମରେ ମାମଲା

ପଦ୍ମପୁର: ୟୁରିଆ ସାର କଳାବଜାର ନେଇ ବ୍ୟବସାୟୀଙ୍କ ନାମରେ ମାମଲା। ପଦ୍ମପୁର ଉପଖଣ୍ତ ଝାରବନ୍ଧ ଥାନା ଅଧିନସ୍ଥ ଛତିଶଗଡ଼ ସୀମାନ୍ତ ନିତ୍ୟାନନ୍ଦପୁର ଗ୍ରାମରେ ବ୍ୟାପକ ମାତ୍ରାରେ ୟୁରିଆ ସାର କଳାବଜାର ହେଉଥିବା ଜଣାପଡ଼ିଛି।

ଏ ବିଷୟରେ ଜାଣି ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀ, ଡୁଂଗୁରିପାଲି ସହକାରୀ କୃଷି ଅଧିକାରୀ ମନୋଜ ରାଉତ, ପୁଲିସ ଏଏସ୍‌ଆଇ ବିନୋଦ କନ୍ଧେର ଓ ଅନ୍ୟ କର୍ମଚାରୀ ଚଢାଉ କରିବା ସହ ବ୍ୟବସାୟୀଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ବ୍ୟବସାୟୀ ଡିଂଗରଲାଲ ସାହୁଙ୍କଠାରୁ ୫୨ ବସ୍ତା ଓ ତାରାବାଈ ସାହୁଙ୍କଠାରୁ ୫୮ ବସ୍ତା ୟୁରିଆ ସାର ଜବତ କରାଯାଇଛି। ସେମାନେ ବସ୍ତା ପ୍ରତି ୪୭୦ ଟଙ୍କାରେ ସାର ବିକ୍ରୟ କରୁଥିଲେ । ଏବେ ମାମଲା ରୁଜୁ ସହ ସାରର ନମୁନା ପରୀକ୍ଷା ପାଇଁ ସମ୍ବଲପୁରକୁ ପଠାଯାଇଛି।

ସମ୍ବନ୍ଧିତ ଖବର