ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଚାଞ୍ଚଡା ଗ୍ରାମର ଡେକିନା ତାଡିଙ୍ଗିଙ୍କୁ ଗୁଣି ଗାରେଡି ସନ୍ଦେହରେ ୧୮.୧୧.୨୦୧୭ ମସିହାରେ ହତ୍ୟା କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ୍ତ ଦାସ ମହାପାତ୍ର ଆଜି ଏହି ହତ୍ୟା ମାମଲାର ଶୁଣାଣି କରି ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତମାନେ ହେଲେ ବୁଲକ ତାଡିଙ୍ଗି, ଦଣ୍ଡାସ ତାଡିଙ୍ଗି, ନରସେୟା ତାଡିଙ୍ଗି, କିସା ତାଡିଙ୍ଗ, ଯୋଗୀ ତାଡିଙ୍ଗ, ମୋହଦ ତାଡିଙ୍ଗ, ସୁକର ତାଡିଙ୍ଗି, ମନୋଜ ତାଡିଙ୍ଗି, ପ୍ରହ୍ଲାଦ ତାଡିଙ୍ଗି, ଗୁମ୍ପା ତାଡିଙ୍ଗି, ଶଙ୍କର ତାଡିଙ୍ଗି, ନାଇଡୁ ତାଡିଙ୍ଗି, କିଟା ତାଡିଙ୍ଗି ଓ ଆନନ୍ଦ ତାଡିଙ୍ଗି।
Sambad is now on WhatsApp
Join and get latest news updates delivered to you via WhatsApp
୧୯ଜଣଙ୍କ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ଦଣ୍ଡଦେଶ ଶୁଣାଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ୨୫,୦୦୦ ଜରିମାନା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୃତ ଡେକିନାଙ୍କ ସ୍ତ୍ରୀକୁ ୨,୫୦,୦୦୦ ଟଙ୍କାର କ୍ଷତି ପୂରଣ ମିଳିବ। ସରକାରଙ୍କ ତରଫରୁ ଆଇନଜୀବୀ ମହେଶ୍ୱର ମହାପାତ୍ର ମାମଲା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ଡେକିନା ତାଡିଙ୍ଗ ଜମିକୁ ଫସଲ କରିବା ପାଇଁ ଯାଉଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ଡେକିନାଙ୍କୁ ପୋଡ଼ି ଦିଆଯାଇଥିଲା। ପୁଲିସ ଦର ପୋଡା ଶବ ଜବତ କରିଥିଲା। ପୁଲିସ ମାମଲା ରୁଜୁ କରିବା ପରେ ୧୪ଜଣଙ୍କୁ ଗିରଫ କରିଥିଲା।