ସ୍କର୍ପିଓ ସହ ୫୨କିଲୋ ଗଞ୍ଜେଇ ଜବତ, ୨ଗିରଫ

ବାଲିମେଳା: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରୀ-୩ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଓରକେଲ ପୁଲିସ ପାଟ୍ରୋଲିଂ କରିବା ସମୟରେ ଗୋଟିଏ ସ୍କର୍ପିଓରୁ ୫୨କିଲୋ ଗଞ୍ଜେଇ ମିଳିଛି।  ଏହି ଘଟଣାରୁ ୨ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିିଛି। ଗିରଫ ଦୁହେଁ ବିହାରର ଧର୍ମେନ୍ଦ୍ର କୁମାର ଏବଂ ରାକେଶ କୁମାର ସିଂ ବୋଲି ଜଣାପଡିଛି।  ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ଟା ବେଳେ ଓରକେଲ୍‌ ଥାନା ଏସ୍‌ଆଇ ସରୋଜ କୁମାର ସେଠୀ ଚିତାପାରୀ-୩ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗାଡି ଯାଞ୍ଚ ସମୟରେ ଆନ୍ଧ୍ରରୁ ଚିତ୍ରକୋଣ୍ଡା ଦେଇ ବିହାର ଯାଉଥିବା ସ୍କର୍ପିଓ (ୟୁପି ୬୪ଇ ୬୨୪୨) ଗାଡିକୁ ଅଟକାଇଥିଲେ। ଯାଞ୍ଚ ବେଳେ ପଛ ସିଟ୍‌ରେ ୨ଟି ବସ୍ତାରେ ୫୨କିଲୋର ଗଞ୍ଜେଇ ଥିଲା। ଏହି ଘଟଣାରେ ବିହାରର ଧର୍ମେନ୍ଦ୍ର କୁମାର ଏବଂ ରାକେଶ କୁମାର ସିଂ ନାମ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ଆନ୍ଧ୍ରପ୍ରଦେଶର ଦାରାକୋଣ୍ଡା ଗ୍ରାମରୁ ବିହାର ରାଜ୍ୟକୁ ଗଞ୍ଜେଇ ନେଉଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିବା ତଦନ୍ତକାରୀ ଏସ୍‌ଆଇ ପ୍ରଶାନ୍ତ କୁମାର କୋଲାରସ କହିଛନ୍ତି। ଏନେଇ ଓରକେଲ୍‌ ଥାନାରେ କେସ ନଂ.୧୦୪/୧୭ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଆଇଆଇସି ସୁମିତ୍ରା ଜେନା କହିଛନ୍ତି।

ସମ୍ବନ୍ଧିତ ଖବର