ନବରଂଗପୁର: ବିଷାକ୍ତ ଛତୁ ଖାଇ ୬ ଅସୁସ୍ଥ

ନବରଂଗପୁର: ବିଷାକ୍ତ ଛତୁ ଖାଇ ନବରଂଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରବିବାର ୬ ଜଣ ଲୋକ ୪ ଅସୁସ୍ଥ ହୋଇଛନ୍ତି। ଉମରକୋଟ ବ୍ଲକ ଅନ୍ତର୍ଗତ କାରାଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ ଫୁଲ ଭତ୍ରା, ଗୋମତି ଭତ୍ରା, ଅଜାବରୀ ଭତ୍ରା ଓ ଦୁରସିଲା ଭତ୍ରା। ଏମାନଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଜିଲ୍ଲାର ଝରିଗାଁ ବ୍ଲକ କୋଟ୍ରୀଛାପର ପଞ୍ଚାୟତର ଗେଡଗୁଡା ଗାଁର ଭାଇ ସନିଆ ଗେଡ(୮) ଓ ଭଉଣି ଲଳିତା ଗେଡ(୬) ବିଷାକ୍ତ ଛତୁ ଖାଇ ଗୁରୁତର ଭାବେ ଝରିଗାଁ ମେଡିକାଲରେ ଭର୍ତ୍ତୀ ହୋଇଛନ୍ତି।

ସମ୍ବନ୍ଧିତ ଖବର