ଗଞ୍ଜାମ-ଗଜପତି ସୀମାରେ ବଡ଼ ଧରଣର ଚଢଉ, ୭୬ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ଓ ପୁଲିସ୍ ବିଭାଗ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଓ ପୁଲିସର ମିଳିତ ଭାବେ ଗୌଜଡଗୋଠ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଥିବା ଜଣାପଡିଛି। ପୁଲିସ୍ ଅବକାରୀ କର୍ମଚାରୀ,ଗୁଇନ୍ଦା ସଂସ୍ଥା ଏବଂ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନଙ୍କୁ ନେଇ ଏକ ବଡ ଧରଣର ଚଢଉ କରାଯାଇ ପ୍ରାୟ ୭୬ ଏକର ଜାଗାର ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡ଼ିିକୁ କାଟି ସେ ଗୁଡିକୁ ପୋଡ଼ି ନଷ୍ଟ କରିଦିଆଯାଇଥିବା ଜଣାପଡିଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ଡିଏସପି ଅଭିରାମ ବେହେରା ସୂଚନା ଦେଇଛନ୍ତି । ଗଞ୍ଜାମ ଓ ଗଜପତି ସୀମାନ୍ତ ଇଲାକାରେ ଏଭଳି ଭାବେ ବେଆଇନ ଭାବେ ଏକର ଏକର ଜାଗାରେ ଗଞ୍ଜେଇ ଚାଷ ହେଉଥିବା ବାରମ୍ବାର ଅଭିନଯୋଗ ହୋଇଥିବା ବେରଳେ ଜିଲ୍ଲାପାଳ,ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଜି ଏଭଳି ଏକ ବଡ ଧରଣର ଚଢଉ କରାଯାଇ ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରାଯାଇଛି ।

ଆଜି ସକାଳୁ ମିଳିତ ଭାବେ ବଡ଼ଗଡ଼ ଥାନା ଅଧିନ ପେଡିପଦର ଘାଟି ଅଞ୍ଚଳ ସମେତ,ଶଗଡ ବସା,ଝରକୋଷଣ,କୁରୁବନ୍ଧ ଗ୍ରାମ ନିକଟରେ ପ୍ରାୟ ୭୬ ଏକର ଜାଗାରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଥିଲେ । ଏହି ଚଢଉରେ ପାଖାପାଖି ୩ ଶହ କର୍ମଚାରୀ ଏକତ୍ରିତ ଭାବେ ସାମିଲ ହୋଇଥିଲେ। ଏଥିରେ ସୋରଡ଼ା ଅତିରିକ୍ତ ତହସିଲଦାର କୁରେଶ ଚନ୍ଦ୍ର ଜାନୀ ମାଜିଷ୍ଟ୍ରେଟ୍ ଭାବେ ଉପସ୍ଥିତ ଥିବା ବେଳେ ଆସିକା ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ,ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ସୋରଡ଼ା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ,ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ଆସିକା ଅବକାରୀ ଅଧିକାରୀ ଧିରେନ୍ ବେହେରା,ଷ୍ଟ୍ରାଇକିଂ ଫୋର୍ସ ଅଧିକାରୀ ପ୍ରୀତିଧରା ନାୟକ,ଛତ୍ରପୁର ସଦର ଅବକାରୀ ଅଧିକାରୀ ଦୀପ୍ତିମୟୀ ସହୁଙ୍କ ସମେତ ଗୁଇନ୍ଦା ସଂସ୍ଥାର କର୍ମଚାରୀ ଏବଂ ୫ ପ୍ଳାଟୁନ୍ ଫୋର୍ସ ଏହି ଚଢଉରେ ସାମିଲ ହୋଇଥିଲେ। ଏନେଇ ୪ ଟି ଅବାକାରୀ ମାମଲା ରୁଜୁ ହୋଇଥିବା ଡିଏସପି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର