ଆଜି କଟକ ସହରରୁ ମୋଟ ୮୭ ଜଣ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି କଟକ ସହରରୁ ମୋଟ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଇନଷ୍ଟିଚ୍ୟୁସନାଲ ସଂଗରୋଧରୁ ୩୭ ଜଣ ଓ ସ୍ଥାନୀୟ ଅଂଚଳରୁ ୩୦ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ଆଜି ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଘରେ ସଂଗରୋଧରେ ଥିବା ୨୦ଜଣ  କରୋନା ପଜିଟିଭ ଥିବା ଚିହ୍ନଟ ହୋଇଛନ୍ତି।

 

ଇନଷ୍ଟିଚ୍ୟୁସନାଲ ସଂଗରୋଧରୁ ଚିହ୍ନଟ ହୋଇଥିବା ୩୭ଜଣଙ୍କ ମଧ୍ୟରୁ ୭ଜଣ ମହିଳା ଥିବା ବେଳେ ୩୦ଜଣ ପୁରୁଷ ରହିଛନ୍ତି। ସେହିପରି ଘରେ ସଙ୍ଗରୋଧରେ ଥାଇ ଚହ୍ନଟ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ଅର୍ପଣ୍ଣା ନଗର ଅଞ୍ଚଳରୁ ୫ଜଣ, ସିଡିଏ ଅଞ୍ଚଳରୁ ୪ଜଣ, ଚାଉଳିଆଗଞ୍ଜ ଅଞ୍ଚଳରୁ ୩ଜଣ, ଗଣ୍ଡରପୁର ଅଞ୍ଚଳରୁ ୩ଜଣ, ବିଦ୍ୟାଧରପୁର ଅଞ୍ଚଳରୁ ୨ଜଣ, ସିଡିଏରୁ ଜଣେ, ସେଲଟର ଛକରୁ ଜଣେ ଓ ନୂଆବଜାରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବାହାରିଛନ୍ତି।

ସମ୍ବନ୍ଧିତ ଖବର