ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୁଳ: ଗତ ମଙ୍ଗଳବାର ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥ କଞ୍ଜରା ମୁଣ୍ଡାସାହି ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜରପଡ଼ା ଥାନା ବିମଳବେଡା ଗ୍ରାମର ସୁମନ୍ତ ବିଶ୍ୱାଳ(୨୮) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ସୁମନ୍ତ ବିଶ୍ୱାଳ ବାଇକରେ ଜରପଡ଼ାରୁ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ବିପରୀତ ପଟୁ ଆସୁଥିବା ଏକ ଅଜଣା ଗାଡି ସୁମନ୍ତଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଧକ୍କାରେ ସୁମନ୍ତ ବାଇକ୍‌ରୁ ରାସ୍ତାକୁ ଛିଟିକି ପଡ଼ିଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରବଳ ରକ୍ତ ବୋହି ଯାଇଥିଲା। ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଜରପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁମନ୍ତଙ୍କ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଅନୁଗୁଳ ପଠାଇ ଦେଇଛି। ପୁଲିସ ବାଇକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର