ଡିୟୁଟିରେ ଯୋଗେ ଦେବା ପାଇଁ ଯାଉଥିବା ସମୟରେ ପିକ୍‌-ଅପ୍‌ ଭ୍ୟାନ୍‌ ଧକ୍କାରେ କନେଷ୍ଟବଳ ମୃତ

ଭଞ୍ଜନଗର: ଭଞ୍ଜନଗର ଦିଗପହଣ୍ଡି ନିକଟରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି। ମୃତ କନେଷ୍ଟବଳଙ୍କ ନାମ ପ୍ରକାଶ କୁମାର ଜେନା ଓ ଘର ଭଞ୍ଜନଗର ଥାନା ଢ଼ିଆପଡାଳ ଗ୍ରାମରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ପ୍ରକାଶ କିଛିଦିନ ହେବ ଛୁଟିରେ ଘରେ ଥିଲେ। ଆଜି ସକାଳେ ସେ ଡିୟୁଟିରେ ଯୋଗ ଦେବା ପାଇଁ ବାଇକ୍‌ ଯୋଗେ ଭଞ୍ଜନଗରରୁ ଦିଗପହଣ୍ଡି ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ବ୍ରହ୍ମପୁରରୁ ଭଞ୍ଜନଗର ଆସୁଥିବା ପିକ୍‌-ଅପ୍‌ ଭ୍ୟାନ୍‌ ସହିତ ପ୍ରକାଶଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଫଳରେ ପ୍ରକାଶଙ୍କ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର