ଖୋର୍ଦ୍ଧା: ଭାଇ ସହ ଏଣ୍ଟ୍ରାସ୍‌ ଦେଇ ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଚାପାରେ ଭଉଣୀ ମୃତ

ଖୋର୍ଦ୍ଧା: ମଙ୍ଗବଳାର ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥର ଗୋଡିପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାପାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ଅଛି। ମୃତକଙ୍କ ହେଉଛନ୍ତି ଟାଙ୍ଗୀ ଥାନା ଅନ୍ତର୍ଗତ କନ୍ତଳବାଇ ଅଞ୍ଚଳର ମମତା ନାୟକ।

ସୂଚନାଯୋଗ୍ୟ, ଆଜି ମମତା ନାୟକଙ୍କ ଏଣ୍ଟ୍ରାସ ଥିବାରୁ ସେ ତାଙ୍କ ଭାଇଙ୍କ ସହ କନ୍ତଳବାଇରୁ ବାଇକ୍‌ରେ ଆସିଥିଲେ। ଏଣ୍ଟ୍ରାସ୍‌ ସାରି ଘରକୁ ଫେରୁଥିବା ସମୟରେ ହଠାତ୍‌ ତାଙ୍କ ସାମ୍ନା ପଟୁ ଦ୍ରୁତଗତିରେ ଏକ ଟ୍ରକ୍‌ ଆସିଥିଲା। ଟ୍ରକ୍‌ଟି ବାଇକ୍‌କୁ ହଠାତ୍‌ ଧକ୍କା ଦେଇଥିଲା, ଫଳରେ ମମତା ଗାଡ଼ିରୁ ଛିଟିକି ପଡ଼ି ଟ୍ରକ୍‌ ତଳକୁ ଚାଲି ଯାଇଥିଲେ। ଟ୍ରକ୍‌ ଚାପାରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଇ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାଇକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମମତାଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର