ନାଇଟ୍‌ କୋଚ୍‌ ଓଲଟି ୧୫ ଯାତ୍ରୀ ଆହତ

ଛେଣ୍ତିପଦା: ଜରପଡ଼ା ଥାନା ୫୫ ନମ୍ବର ଜାତୀୟ ରାଜପଥରେ ସାନ୍ତରାପୁର ନିକଟରେ ଏକ ନାଇଟ୍‌ କୋଚ୍‌ (ଯାତ୍ରୀବାହୀ ବସ) ଗତକାଲି ବିଳମ୍ବିତ ରାତିରେ ଓଲଟି ପଡିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତକାଲି ରାତି ୩ ଟାରେ ସମ୍ବଲପୁରରୁ ଭୁବନେଶ୍ବର ଯାଉଥିବା ‘ଶିବମ୍‌’ ନାମକ ବସ୍‌ (ଓଡି-୧୫-ଡି-୪୫୫୫) ଭାରସାମ୍ୟ ହରେଇ ସାନ୍ତରାପୁର ଗ୍ରାମ ନିକଟରେ ଓଲଟି ପଡିଥିଲା। ବସରେ ଥିବା ୪୦ ଯାତ୍ରୀଙ୍କ ମଧୢରୁ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପରେ ଛାଡିଦିଆଯାଇଛି। ଜରପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଦୁର୍ଘଟଣା ପରେ ବସ୍‌ ଚାଳକ ଓ ହେଲପର ଫେରାର ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର