ଆଠମଲ୍ଲିକ ବନଖଣ୍ଡରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ମିଣ୍ଡୁଳ ଗାଁ ନିକଟ ଏକ କାଜୁ ବଗିଚାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର ହୋଇଛି। ବାଘର ମୃତଦେହ ପଚିଗଲାଣି । ତେଣୁ ୩-୪ ଦିନ ତଳୁ ବାଘଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଫାଶ ଭିତରେ ବାଘର ବେକ ଓ ଦେହ ଚାପି ହୋଇ ରହିଛି । ତେଣୁ ଶିକାରି ଫାଶରେ ପଡି ପ୍ରାଣ ହରାଇଥିବା ଆଶଙ୍କା ଅଧିକ ରହିଛି ।

ପୂର୍ବରୁ ମଧ୍ୟ ଅନୁଗୁଳରେ ଅନେକ ଥର କଲରାପତରିଆ ବାଘ ଶିକାର କରାଯାଇଛି । ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସାତକୋଶିଆ ଅଭୟାରଣ୍ୟ କୁଲାଙ୍ଗି ଗାଁ ପାଖରେ ଫାଶରେ ପଡ଼ି ମା’ ଓ ଛଆ ବାଘର ମୃତ୍ୟୁ ହୋଇଥିଲା । ୨୦୨୨ ନଭେମ୍ବର ମାସରେ ଆଠମଲ୍ଲିକ ବାମୁର ବନାଞ୍ଚଳରେ କଲରାପତରିଆ ବାଘର ଶିକାର କରାଯାଇଥିଲା। ବିଦ୍ୟୁତ ତାର ବିଛାଇ ବାଘକୁ ହତ୍ୟା କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ।

ସମ୍ବନ୍ଧିତ ଖବର