ଅନୁଗୁଳ: ବୌଦ୍ଧରୁ ଅନୁଗୁଳ ଆସୁଥିବା ଏକ ଯାତ୍ରୀବାହୀ ବସ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇ ଓଲଟି ପଡ଼ିିଛି। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବରପାଇ ୧୦୮ ଆମ୍ବୁଲାନ୍ସର କର୍ମଚାରୀ, ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ବୌଦ୍ଧରୁ ‘ହୋତା’ ନାମକ ଏକ ଘରୋଇ ବସ ଯାତ୍ରୀମାନଙ୍କୁ ନେଇ ଅନୁଗୁଳ ଆସୁଥିଲା। ଦିନ ପ୍ରାୟ ୧୧ଟା ବେଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଟୁକୁଡ଼ା ଠାରେ ଏହି ବସ ସହିତ ଏକ ଟ୍ରକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଜୋରରେ ଥିଲା ଯେ ବସଟି ଦୁର୍ଘଟଣା ପରେ ଓଲଟି ପଡ଼ିଥିଲା। ଫଳରେ ବସଭିତରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୭ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।
(ଏହା ଏକ ଚଳନ୍ତି ଘଟଣା, ଅଧିକ ବିବରଣୀ ଅପେକ୍ଷା କରାଯାଇଛି)