ଖଳାରେ ଥିବା ୨ ଧାନଖରି ପୋଡ଼ିଦେଲେ ଦୁର୍ବୃତ୍ତ

ପାଟଣାଗଡ଼: ଖପ୍ରାଖୋଲ ବ୍ଲକ୍‌ ପାଚେର ଗ୍ରାମର ନାରାୟଣ ନାଏକଙ୍କ ଖଳାରେ ଥିବା ଦୁଇଟି ଧାନଖରିକୁ କେହି ଦୁର୍ବୃତ୍ତ ପ‌ୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ନାରାୟଣ ଓ ତାଙ୍କ ପୁଅ ଜନ୍ମେଜୟ ନାଏକ ତାଙ୍କ ୧୦ ଏକର ଜମିରେ ଚଳିତ ଖରିଫ ରୁତୁରେ ଧାନ ଚାଷ କରିଥିଲେ। ଉକ୍ତ ଧାନକୁ କିଛି ଦିନ ପୂର୍ବରୁ ଅମଳ କରି ଖଳାରେ ଦୁଇ ଗୋଟି ଖରି କରି ରଖିଥିଲେ। ମଙ୍ଗଳବାର ରାତିରେ ଧାନ ଖରି ଦୁଇଟି ପୋଡ଼ି ଯାଉଥିବା ନାଏକ ପରିବାରର ସଦସ୍ୟମାନେ ଜାଣିବାକୁ ପାଇଥିଲେ। ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ କରିଥିଲେ। ବେଲପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେ ସମୟରେ ଧାନ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ଖପ୍ରାଖୋଲ ଥାନା ଓ ତହସିଲଦାରଙ୍କଠାରେ ଅଭିଯୋଗ କରାଯାଇଛି ବୋଲି ଜନ୍ମେଜୟ କହିଛନ୍ତି।

ସମ୍ବନ୍ଧିତ ଖବର