ହିଞ୍ଜିଳିକାଟୁ ଜେଏମ୍‌ଏଫସି କୋର୍ଟ ନୂଆ କୋଠାକୁ ଭିସିରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ 

ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଖୋଲୁଛି କୋର୍ଟ: ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ହିଞ୍ଜିଳିକାଟୁ ଜେଏମ୍‌ଏଫ୍‌ସି କୋର୍ଟର ନୂଆ କୋଠାକୁ ଉଦ୍‌ଘାଟନ କରିଛନ୍ତି। ବି.ନୂଆଗଡ଼ରେ ୪ କୋଟି ୭ ଲକ୍ଷ ଟଙ୍କା ବ୍ୟୟରେ ଏହି କୋଠା ନିର୍ମାଣ କରାଯାଇଛି। ହିଞ୍ଜିଳିକାଟୁର ବିକାଶ ଲାଗି ଉଦ୍ୟମ ଜାରି ରହିବ ଓ ଏହି ନୂଆ କୋଠା ଦ୍ବାରା ଜନସାଧାରଣ ଉପକୃତ ହୋଇପାରିବେ। ବର୍ତ୍ତମାନ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ବିଭିନ୍ନ ଜାଗାରେ କୋର୍ଟ ଖୋଲାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

କରୋନା ମହାମାରୀର ପ୍ରାଦୁର୍ଭାବ ସତ୍ତ୍ବେ ହାଇକୋର୍ଟରେ ୪୦ହଜାରରୁ ଅଧିକ ମକଦ୍ଦମାର ଫଇସଲା: ମୁଖ୍ୟ ବିଚାରପତି

ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ନିଜର ଅଭିଭାଷଣରେ କହିଥି‌ଲେ, କରୋନା ମହାମାରୀର ପ୍ରାଦୁର୍ଭାବ ସତ୍ତ୍ବେ ଉଚ୍ଚନ୍ୟାୟାଳୟରେ ୪୦ହଜାରରୁ ଅଧିକ ମକଦ୍ଦମାର ଫଇସଲା ହୋଇପାରିଛି। ତଳ କୋର୍ଟରେ ବି ଅନେକ ମକଦ୍ଦମା ଫଇସଲା ହୋଇଛି। ନୂତନ କୋଠା ନିର୍ମାଣ ଦ୍ବାରା ଲୋକ ସମସ୍ତ ପ୍ରକାର ସୁବିଧା ପାଇପାରିବେ। ଡୋର୍ ଡୁ ଡୋର୍ ନ୍ୟାୟ ପହଞ୍ଚିବ। ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍ ବିଶ୍ବଜିତ୍ ମହାନ୍ତି, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ଭିସି ମାଧ୍ୟମରେ ଉପସ୍ଥିତ ଥିଲେ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଜିଲ୍ଲାଜଜ୍ ରାମଶଙ୍କର ହୋତା, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଂଜାମ ଏସ୍‌.ପି. ବ୍ରିଜେଶ କୁମାର ରାଏ, ଜେଏମଏଫସି ବିଚାରପତି ରାଜଶ୍ରୀ ପଟ୍ଟନାୟକ, ହିଞ୍ଜିଳିକାଟୁ ବିଡିଓ ପ୍ରସନ୍ନ କୁମାର ପାତ୍ର, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ମନୋରଞ୍ଜନ ସାହୁ, ଥାନାଧିକାରୀ ଅଭିମନ୍ୟୁ ଦାସ, ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ, ହିଞ୍ଜିଳିକାଟୁ ଓକିଲ ସଂଘ ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ ଉପସଭାପତି ଉପେନ୍ଦ୍ର ପଣ୍ଡା, ମୁକ୍ତିରାମ ସାବତ, ଜିତେନ୍ ପ୍ରହରାଜ, ଜଗତମୋହନ ସାହୁ, ନରସିଂହ ପ୍ରସାଦ ପଟ୍ଟନାୟକ ସମେତ ଓକିଲ ସଂଘର ସମସ୍ତ ସଭ୍ୟ ଯୋଗ ଦେଇଥିଲେ। ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ସମାଜସେବୀ ଡି.ବିଶ୍ୱନାଥ, ସୁରେନ୍ଦ୍ର ପ୍ରଧାନ, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନୀଳମଣି ପଟ୍ଟନାୟକ, ମନୋଜ ସାବତ, ଅଜୟ ମହାରଣା, କିରଣ ପଟ୍ଟନାୟକ, ଯୁଧିଷ୍ଠିର ସ୍ୱାଇଁ, ବରିଷ୍ଠ ବିଜେପି ନେତା ଦେବାନନ୍ଦ ମହାପାତ୍ର ଓ ସାମ୍ବାଦିକ, ବୁଦ୍ଧିଜୀବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର