ନବୀନ ବାବୁ ହିଁ ବିକାଶ କଥା ଚିନ୍ତା କରନ୍ତି: ବିଜେଡି

ଫୁଲବାଣୀରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ: ଓଡିଶା ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ ଆଜି ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ବିଜେଡିର ପ୍ରତିଷ୍ଠା ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ତାପରେ ଏକ ଶୋଭାଯାତ୍ରାରେ ଦଳୀୟ ନେତା ଓ କର୍ମୀ ଯାଇ ପାରିଜାତ କଲ୍ୟାଣ ମଣ୍ଡପଠ‌ାରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ। ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ପ୍ରତିଷ୍ଠା ଦିବସରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଯୋଗ ଦେଇବିଜୁବାବୁଙ୍କ ସ୍ମୃତିଚାରଣ କରିବା ସହ ନବୀନ ବାବୁଙ୍କୁ ବିକାଶ ପୁରୁଷ ବୋଲି କହିଥିଲେ। ଓଡିଶାର ବିକାଶ କଥା କେବଳ ନବୀନ ବାବୁ ଚିନ୍ତା କରୁଛନ୍ତି।

ତେଣୁ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେମାନେ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ପୂର୍ବତନ ନଗରପାଳ ରାଜେନ୍ଦ୍ର କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲ୍ଲିକ, ଖଜୁରିପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲାଲାନନ୍ଦ ପ୍ରଧାନ, ବିଜୁ ଯୁବ ଜିଲ୍ଲା ସଭାପତି ବିଷ୍ଣୁଚରଣ ମଲ୍ଲିକ, ଛାତ୍ର ଜିଲ୍ଲା ସଭାପତି ସୁନିଲ କୁମାର ସେଠୀ, ଛାତ୍ରନେତା ଶତ୍ରୁଘ୍ନ ମହାନନ୍ଦିଆ, ଫୁଲବାଣୀ ନଗର ବିଜେଡି ଯୁବ ସଭାପତି ପାର୍ଥସାରଥୀ ବିଶ୍ବାଳ,ଏସି ସେଲ ଜିଲ୍ଲା ସଭାପତି ପଙ୍କଜ ବେହେରା, ବରିଷ୍ଠ ନେତା ଶିବପ୍ରସାଦ ତ୍ରିପାଠୀ, ପ୍ରତାପ କୁମାର ପାତ୍ର, ଅସୀମ ପ୍ରହରାଜ, କମଳ କୁମାର ବେହେରା, ସୁଦର୍ଶନ କହଁର, ସୁଧୀର କହଁର, ବିଧାୟକ ପ୍ରତିନିଧି ନୀଳାମ୍ବର କହଁର, ଜିଲ୍ଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ଜୟଶ୍ରୀ କହଁର, ନାରୀନେତ୍ରୀ ଅନିମା କହଁର ଓ ପୁନମ କହଁର ପ୍ରମୁଖ ଯୋଗ ଦେଇଥିଲେ। ବିଜେଡିର ପ୍ରତିଷ୍ଠା ଦିବସରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ବହୁ ନେତା, କର୍ମୀ, ଯୁବକ, ମହିଳା, ନିର୍ବାଚିତ ଜନ ପ୍ରତିନିଧି ଓ ଛାତ୍ରନେତା ସାମିଲ ହୋଇଥିଲେ। କୋଭିଡ ନିୟମ ମାନି ସମସ୍ତେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା‌ ରକ୍ଷା କରିଥିଲେ।

ସମ୍ବନ୍ଧିତ ଖବର