ବାଲେଶ୍ୱର : ଦୁଇ ଡମ୍ପର ଧକ୍କାରେ ତିନି ମୃତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନସ୍ଥ ୧୬ନଂ ଜାତୀୟ ରାଜପଥର ଖନ୍ତାପଡ଼ା ବଜାର ଓ ଦାଣ୍ଡକାଳୀ ମନ୍ଦିର ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ପଥର ବୋଝେଇ ଡମ୍ପର ମଧ୍ୟରେ ଧକ୍କା ଯୋଗୁଁ ଜଣେ ମହିଳାଙ୍କ ସମେତ ତିନି ଜଣ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତକମାନେ ହେଉଛନ୍ତି ଉଦଳା ଖୁଣ୍ଟା ଅଂଚଳର ଛବିନ୍ଦ୍ର ପୃଷ୍ଟିଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା(୩୯), ସେହି ଅଞ୍ଚଳର ପ୍ରଦୀପ ପଟ୍ଟନାୟକଙ୍କ ପୁଅ ସତ୍ୟଜିତ ଓ ଉତ୍ତରପ୍ରଦେଶର ଲାଲଗଡ଼ ଥାନା ବସ୍ତି ଗ୍ରାମର ସାଗର ନିସାଦଙ୍କ ପୁଅ ବିଜେନ୍ଦ୍ର(୪୫) ।
ସୂଚନା ଅନୁସାରେ ରାତି ଗୋଟାଏ ସମୟରେ ଜାତୀୟ ରାଜପଥର ଖନ୍ତାପଡା  ବଜାର ନିକଟରେ ପଥର ବୋଝେଇ ଡମ୍ପର (ଓଆର-୦୧-ଜେ-୬୯୬୪)  ଛିଡା ହୋଇଥିଲା। ସେହି ସମୟରେ ରୋହିତ ନାମକ ଯାତ୍ରୀବାହୀ ବସ(ଓଡ଼ି-୦୧-ଏ-୮୮୮୮) ଉଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ସେଠାରେ କିଛି ସମୟ ପାଇଁ ଅଟକି ଥିଲା। ତେବେ ଏହି ସମୟରେ ଅନ୍ୟ ଏକ ପଥର ବୋଝେଇ ଡମ୍ପର (ଓଡ଼ି-୦୧-କେ-୯୨୬୯) ପଛରୁ ଆସି ଛିଡା ହୋଇଥିବା ଡମ୍ପରକୁ ଜୋରରେ ପିଟିଥିଲା। ଧକ୍କା ହେବା ଫଳରେ ଡମ୍ପରଟି ଆଗକୁ ଗଡ଼ି ବସରୁ ଓଲ୍ହାଇ ବାହାରେ ବୁଲୁଥିବା ଯାତ୍ରୀଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଛବିନ୍ଦ୍ର ପୃଷ୍ଟି, ପ୍ରଦୀପ ପଟ୍ଟନାୟକ ପ୍ରାଣ ହରାଇଥିଲେ।
ଖନ୍ତାପଡା ପୋଲିସ ଖବର ପାଇ ମୃତ ଓ ଆହତଙ୍କୁ ଉଦ୍ଧାର କରି ବାଲେଶ୍ୱର ସଦର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉତ୍ତରପ୍ରଦେଶର ଲାଲଗଡ଼ ଥାନା ବସ୍ତି ଗ୍ରାମର ସାଗର ନିସାଦ ପୁଅ ବିଜେନ୍ଦ୍ର(୪୫) ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ପୋଲିସ ଉଭୟ ବସ ଓ ଡମ୍ପର ଦୁଇଟି ଜବତ କରିଛି।
ସମ୍ବନ୍ଧିତ ଖବର