ଘୁଡ଼ୁୁଘୁଡ଼ୁ ପଟ୍ଟିରେ ଚଢ଼ଉ, ୧୫ ଗିରଫ

ଅତାବିରା: ଗୋଡ଼ଭଗା ଫାଣ୍ଡି ଯୋଗୀପାଲି ଏବଂ ଉପର ଟାମ୍ପରସରାରେ ଚାଲିଥିବା ଘୁଡ଼ୁଘୁଡ଼ି ପଟ୍ଟି ଖେଳର ଚଢ଼ଉ କରି ୧୫ ଜଣଙ୍କୁ ଅତାବିରା ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ରେମ୍ପାଲିପାଲିର ନରୋତ୍ତମ ଭୋଇ, ବାବୁବନ୍ଧର ଅନିଲ ଭୋଇ, ଯୋଗୀପାଲିର ପ୍ରତାପ ଭୋଇ, କାଠଡ଼େରାର ଉମାକାନ୍ତ ଗଡ଼ତିଆ, ଉପର ଟାମ୍ପରସରାର ମୁକ୍ତେଶ୍ୱର କଣ୍ଟା, ସୁବୋଧ ପଣ୍ଡା, ଲିଙ୍ଗରାଜ ରଣବିଡ଼ା, ନୀଳମଣି ମହାନନ୍ଦ, ମନ କଣ୍ଟା, ସମ୍ବଲପୁର ଅଇଁଠାପାଲିର ଦୀପକ ନାଏକ, ହେମନ୍ତ ସୁବୁଦ୍ଧି, ସଞ୍ଜୟ ତ୍ରିପାଠୀ, ମୁଦିପଡ଼ାର ଖଗେଶ୍ୱର ପ୍ରଧାନ, ରାହୁଲ ପଟ୍ଟନାୟକ, ବିଶ୍ୱନାଥ ପଟ୍ଟନାୟକ। ଥାନାଧିକାରୀ ଗୌରାଙ୍ଗ ଚରଣ ସାହୁଙ୍କ ନେତୃତ୍ଵରେ ଫାଣ୍ଡି ଅଧିକାରୀ ଦିଲୀପ ବେହେରା ଚଢ଼ଉ କରିଥିଲେ। ସେମାନଙ୍କଠୁ ୪ଟି ମୋବାଇଲ, ୩୦ ହଜାର ଟଙ୍କା, ଘୁଡ଼ଘୁଡୁ ପଟ୍ଟି, ତାସ ଜବତ କରାଯାଇଛି।

ସମ୍ବନ୍ଧିତ ଖବର