ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ 

ଚାନ୍ଦବାଲି: ଚାନ୍ଦବାଲି ବ୍ଳକ ବିଜୟନଗର ପ˚ଚାୟତ ଗୋବିନ୍ଦପୁର ଗାଁର ହେମନ୍ତ କୁମାର ନାୟକଙ୍କ ୨ବର୍ଷର ଶିଶୁ କନ୍ୟା ରାକ୍ଷୀ ନାୟକ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି।

ପ୍ରକାଶ ‌େଯ, ହେମନ୍ତ ଚାଷକାମ ପାଇଁ ବିଲକୁ ଯାଇଥିବା ବେଳେ ମା  ଝିଅକୁ ଘର ଅଗଣାରେ ଖେଳିବାକୁ ଛାଡ଼ି ଦେଇଥିଲେ। ଖେଳୁଥିବା ବେଳେ ରାକ୍ଷୀ ପୋଖରୀରେ ପଡ଼ି ଯାଇଥିଲା। ପରିବାର ଲୋକେ ଘରେ ଝିଅକୁ ନ ପାଇ  ଖୋଜାଖୋଜି କରି ଝିଅକୁ ପୋଖରୀରୁ ଉଦ୍ଧାର କରି ସ˚ଗେ ସ˚ଗେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେମନ୍ତଙ୍କ ଗୋଟିଏ ପୁଅ ଓ ଗୋଟିଏ ସାନ ଝିଅ ଥିବା ବେଳେ ଝିଅର ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର