ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୨୪ତମ ପ୍ରତିଷ୍ଠା ଦିବସ ପାଳନ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ୨୪ ତମ ପ୍ରତିଷ୍ଠା ଦିବସ ମାଲକାନଗିରି ନିର୍ବାଚନ ମଣ୍ଡଳୀର ମାଲକାନଗିରି ସଦର ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଲକାନଗିରି ଭୈରବୀ ମନ୍ଦିର ଠାରୁ ଏକ ମୋଟର ସାଇକେଲ୍ ରାଲି ବାହାରି ମାଲକାନଗିରି ପୌରପରିଷଦର ପ୍ରତ୍ୟେକ ୱାର୍ଡ ପରିକ୍ରମା କରି ବିଜୁ ପଟ୍ଟନାୟକ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦା ବାଦ ନାରା ଦେଇ ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଳ, ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସେଠାରୁ ମାଲକାନଗିରି ପୌରପରିଷଦ ନଗର ଭବନ ଠାରେ ମୋଟର ସାଇକେଲ ରାଲିରେ ସମସ୍ତ ବିଜୁ କର୍ମୀ ପହଞ୍ଚି ଥିଲେ। ପରେ ନଗର ଭବନ ଠାରେ ବିଜୁ ଜନତା ଦଳ ୨୪ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ତ୍ରିପାଠୀ ଯୋଗ ଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ।
ଆଜିର ସଭାରେ ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ବିଜେଡି ନେତା ତଥା ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଓ ଆଜିର ପ୍ରତିଷ୍ଠା ଦିବସର ସମସ୍ତ ଆୟୋଜନ କରିଥିଲେ ଜିଲ୍ଲା ବିଜେଡି ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି । ଅନ୍ୟତମ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ପ୍ରଭାକର ପ୍ରଧାନ ,ରାଜବନ୍ତ କୌର,ସୁବାଷ ବାନାର୍ଜୀ ,ରବିନାରାୟଣ ପାତ୍ର,  ଭବାନୀ ଶଙ୍କର ମିଶ୍ର, କୋଷାଦକ୍ଷ ମନୋଜ ବାରିକ, ଉପଦେଷ୍ଟା  ପ୍ରକାଶ ଚନ୍ଦ୍ର ପଟନାୟକ, ଦାଶରଥି ବେହେରା, ସୁସେନ ବୋଷ,ଉପସଭାପତି କନଟେଶ୍ୱର ପଟଲା, ମୁନିସିପାଲିଟି ବିଜୁ ଯୁବଜନତା ଦଳ ସଭାପତି ରାଜୀବ ଲୋଚନ ସୀସା, ମୁନିସିପାଲିଟି ବିଜୁ ଯୁବଜନତା ଦଳ ଉପସଭାପତି ମିଲନ ସରକାର, ମୁନିସିପାଲିଟି ବିଜୁ ଛାତ୍ର ଜନତା ଦଳ ସଭାପତି ଏ.ରାଜୁ, ସହ ସୁକେଶ ସୁନା, ସତୀଶ ଗୌଡ଼, ସି.ଏଚ. ପ୍ରକାଶ କୁମାର, ଏମ. ରାହୁଲ ରାଓ, ବିଭୁତି ଭୂଷଣ, ସମୀର ବାଘ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ଠାରୁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ, ବର୍ଷସାରା ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଓ ଲୋକସେବା ମାଧ୍ୟମରେ ମାଲକାନଗିରି ଜିଲ୍ଲାବାସୀଙ୍କ ଆହୁରି ନିକଟତର ହେବା, ଦଳୀୟ ଏକତା, ଶୃଙ୍ଖଳା ବଜାୟ ରଖି ତ୍ୟାଗ ଏବଂ ନିଷ୍ଠାର ସହିତ ମାଲକାନଗିରି ଜିଲ୍ଲା ବାସୀଙ୍କ ସେବାରେ ନିଜକୁ ପୁର୍ଣ ପ୍ରାଣରେ ସମର୍ପିତ କରିବା ପରାମର୍ଶ ଦିଆଯାଇଥିଲା।ଏହି ପ୍ରତିଷ୍ଠା ଦିବସରୁ ଆଗାମୀ ନିର୍ବାଚନ ଓ ଦଳୀୟ କାର୍ଯ୍ୟକ୍ରମ ଖସଡ଼ା ଓ ମାଲକାନଗିରି ଜିଲ୍ଲା ବାସୀଙ୍କ ଆସ୍ଥା ବଜାୟ ରଖିବା,ଜନ ସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବା ଓ ନିଜ ନିଜର ପ୍ରତିବଦ୍ଧତା ଦୋହରାଇବା ପାଇଁ ସମସ୍ତ ବିଜୁ କର୍ମକାର୍ତ୍ତା ଶପଥ ନେଇଥିଲେ।
ସମ୍ବନ୍ଧିତ ଖବର