ମାଥିଲିରେ ବିଜେଡିର ସାଂଗଠାନିକ ବୈଠକ: ବହୁ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ଠାରେ ବିଜେଡିର ଜିଲ୍ଲା ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ସଭାପତିତ୍ବରେ ସଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥୀ ବେହେରା, ବିହନ ନିଗମ ଅଧ୍ୟକ୍ଷ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି, ଯୁବ ନେତା ଧର୍ମେନ୍ଦ୍ର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ବିଜେଡିର ଆଗାମୀ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା କରାଯାଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଏବେ ଠାରୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ଉପସ୍ଥିତ ଅତିଥିମାନେ। ଏବେ ଠାରୁ ହିଁ ଗ୍ରାମରେ ପହଞ୍ଚି ଲୋକଙ୍କ ପାଇଁ କାମ କରିବା ସହ ବିଜେଡି ସରକାର ପ୍ରଦାନ କରୁଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପହଞ୍ଚାଇବାକୁ କୁହାଯାଇଥିଲା। ଏହି ଅବସରରେ କଂଗ୍ରେସର ବହୁ କର୍ମୀ ବିଜେଡିରେ ଯୋଗଦାନ କରିଥିଲେ।

ସେଥିମଧ୍ୟରୁ ସଲପପଦର ଗ୍ରାମର ବଳରାମ ମାଛ, ବୁଦୁ ମାଛ, ଅର୍ଜୁନ ଖରା,ବାସୁ ଖରା, ଗୁପ୍ତ ମାଛ, ବାବୁଲା କିରସାନି, ମକରଧ୍ବଜ ମାଛ ଏବଂ ଶିବ ଖରା।ପାଙ୍ଗାମର ପୂର୍ବତନ ସରପଞ୍ଚ ଇନ୍ଦ୍ର ନୟକ, ଲବ, ଭୁମିଆ, ସୂର୍ଯ୍ୟ ନାରାୟଣ ସାହୁ, ଶ୍ରୀନିବାସ ଚୌଧୁରୀ, ବିମଳ ବଣିକ, କାଠିଗୁଡାର ବିଭିଷଣ ନାୟକ, ସମରା ଭୁମିଆ, ଗଂଗାଧର ଭୁମିଆ, ସନା ନାୟକ, ଲକ୍ଷ୍ମଣ ଭୁମିଆ, ଲକ୍ଷ୍ଣଣ ଦୁମାଲି, ସନ୍ୟାସୀ ନାୟକ ନକୁଳ ଦୁମାଲି, ଘେନା ଭୁମିଆ, ସହଦେବ ଭୁମିଆ, ପ୍ରହ୍ଲାଦ ଭୁମିଆ, ମଂଗଳା ନାୟକ, ବଳରାମ ନାୟକ, ହରି ଭୁମିଆ। ସେହିପରି ଖଇରପୁଟ ବ୍ଲକର ରାସବେଡା ଗ୍ରାମର ନକୂଳ ଖିଲ, ସାରଦା ପ୍ରସାଦ ଗୋଲପେଦା, ହରି ମାଛ, ନରସିଂହ ମାଛ, ସହଦେବ ଗୁଡିଆ, ଇନ୍ଦ୍ର ଦୁମାରି ପ୍ରମୁଖ ରହିଛନ୍ତି। ବିଜେଡି ତରଫରୁ ସମସ୍ତଙ୍କୁ ସ୍ବାଗତ କରାଯିବା ସହ ବିଜେଡି ମାଥିଲି ଅଂଚଳରେ ଟାଣୁଆ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର