ବିଜେପିର କୃଷକ ମୋର୍ଚ୍ଚାର ମଣ୍ଡି ପରିଦର୍ଶନ ଓ ସମ୍ବାଦିକ ସମ୍ମିଳନୀ

ମାଲକାନଗିରି: ଭାରତୀୟ ଜନତା ପାର୍ଟିର କୃଷକ ମୋର୍ଚ୍ଚାର ଏକ ଟିମ ଆଜି ଶିଖପାଲୀ ମଣ୍ଡି ପରିଦର୍ଶନ କରିଥିବା ବେଳେ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ମଧ୍ୟ ସୁଧାରିବା ନେଇ ତାଗିଦ କରାଯାଇଛି। ଏହି ଟିମରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି,ବିଜେପିର କାର୍ୟ୍ୟକାରୀ ସଭାପତି ନିମାଇ ଚନ୍ଦ୍ର ପାଲ,ନବଘନ ଲୋକେଇ ପ୍ରମୁଖ ରହିଥିଲେ। ମଣ୍ଡିରେ ଯେପରି କୃଷକମାନେ ନିଜର ଧାନକୁ ସହଜରେ ବିକ୍ରି କରିପାରିବେ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଦଲାଲଗିରି ଯେପରି ମଣ୍ଡିରେ ଚାଲିବ ନାହିଁ ସେନେଇ ମଧ୍ୟ ତାଗିଦ କରାଯାଇଥିଲା।ପରେ ସର୍କିଟ ହାଉସ ଠାରେ କୃଷକ ମୋର୍ଚ୍ଚାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ କୃଷକ ମୋର୍ଟ୍ଟାର ଉପସଭାପତି ବିପଦଭଞ୍ଜନ ଦାସ,ସଂଯୋଜକ ଅରୁଣ ଭଟମିଶ୍ର,ବିଧାୟକ ଆଦିତ୍ୟ ମାଢି,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,କାର୍ୟ୍ୟକାରୀ ସଭାପତି ନିମାଇ ଚନ୍ଦ୍ର ପାଲ,ସଂପାଦକ ମାଣିକ ଚକ୍ରବର୍ତ୍ତୀ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ।

ଏହି ସମ୍ମିଳନୀରେ କୁହାଯାଇଥିଲା ଯେ ଦେଶର ବହୁ ପୁରାତନ କୃଷି ଆଇନ ଦ୍ବାରା ଅଦ୍ୟାବଧି କୃଷକର କୌଣସି ଉନ୍ନତି ସାଧିତ ହେଲା ନାହିଁ।ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶର ଦାୟୀତ୍ବ ନେବା ପରେ କୃଷକମାନଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ବିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ତନ୍ମଧରୁ ନୂତନ କୃଷି ଆଇନ ଚାଷୀଙ୍କୁ ସଶକ୍ତ ଓ ସହାୟତା କରିବ। ଏହି ଆଇନ କୃଷକମାନଙ୍କୁ ମଧ୍ୟସ୍ଥିମାନଙ୍କ ଠାରୁ ରକ୍ଷା କରିବ,କାରଣ କୃଷକ ଓ ଖାଉଟିମାନଙ୍କ ମଧ୍ୟରେ ମଧ୍ୟସ୍ଥ ଭାବେ ରହୁଥିବା ବ୍ୟକ୍ତିମାନେ କୃଷି ଉତ୍ପାଦନରୁ ଲାଭବାନ ହେଉଥିବା ବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି। କୃଷକର ସବୁଠାରୁ ବଡ ସମସ୍ୟା ହେଲା ଅଭାବବିକ୍ରୀ।କୃଷକ ପାଖରେ ତାର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାର ଏକମାତ୍ର ଉପାୟ ଥିଲା ମଣ୍ଡି ବା ଦଲାଲ ବା ମଧ୍ୟସ୍ଥି। ଏବେ ଆସିଥିବା ନୂଆ ଆଇନ ଅନୁଯାୟୀ ମଣ୍ଡି ବ୍ୟବସ୍ଥା ସହିତ ଚାଷୀଙ୍କ ପାଖରେ ଖୋଲା ବଜାରରେ ଚାଷୀ ଜିନିଷ ବିକିବାର ସୁଯୋଗ ରହିବ।ନୂଆ ଆଇନ ଅନୁସାରେ କୃଷକ ସାରା ଦେଶରେ ବଜାରରେ ନିଜର ଜିନିଷକୁ ସ୍ବଇଛାରେ ବିକ୍ରି କରିପାରିବ। ଏଥିସହ କୃଷକ ଯେ କୌଣସି ବେପାରୀକୁ ତାର ଜିନିଷ ବିକ୍ରି କରିପାରିବ।

ଏହି ଆଇନରେ ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।କେନ୍ଦ୍ର ସରକାର ଏହି ବିଧେୟକ ଆମିବାର ୨୪ ଘଣ୍ଟା ମଧ୍ୟରେ ଗହମ ସମେତ ୬ ଗୋଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ବାରମ୍ବାର ଏନେଇ ଦୋହରାଉଛନ୍ତି ଯେ ଏମଏସପି ବ୍ୟବସ୍ଥା ଆଗଭଳି ରହିବ। କେନ୍ଦ୍ର ସରକାର କୃଷକର ଉନ୍ନତି ପାଇଁ ବିଶେତକରି ଆୟକୁ ଦ୍ବିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଂଚିତ ହେଉଛି।କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ ଟଂକା ଦେଉଥିବା ବେଳେ ମଣ୍ଡିରେ ୩ କେଜିରୁ ୮ କେଜି ପର୍ୟ୍ୟନ୍ତ କଟନିଛଟନି କରାଯାଉଛି। ଚାଷୀ ନିଜର ଫସଲର ପ୍ରକୃତ ମୂଲ୍ୟ ପାଇପାରୁନାହିଁ।ମଣ୍ଡିର ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଓଡିଶାରେ ମଣ୍ଡିର ଭିତ୍ତିଭୂମି ସୁଧୁରିଲା ନାହିଁ।

ଧାନ ଅଖା ପାଇଁ କେନ୍ଦ୍ର ସରକାର ଟଂକା ଦେଉଥିଲେ ମଧ୍ୟ ଚାଷୀ ସେହି ଟଂକା ପାଇପାରୁନାହିଁ। କେନ୍ଦ୍ର ସରକାର ଓଡିଶାର ଚାଷୀମାନଙ୍କ ଠାରୁ ୧ ଲକ୍ଷ ମେଟ୍ରିକ ଟୋନ ଧାନ କିଣିବା ପାଇଁ ବ୍ୟବସ୍ଥା କରିଥିବା ବେଳେ ଓଡିଶା ସରକାର ଟୋକେନ ନାମରେ ଚାଷୀଙ୍କର ଧାନକ କାଣ୍ଟଛାଣ୍ଟକରି ସବୁ ଧାନ ନକିଣିବାର ଅସୁବିଧା ରହିଲା କେଉଁଠି ବୋଲି କୁହାଯାଇଥିଲା। ରାଜ୍ୟରେ ସାରର ବ୍ୟାପକ କଳାବଜାର ଓ ସାର ଯୋଗାଣରେ ରାଜ୍ୟ ସରକାର ବିଫଳ ହୋଇଥିବା କୁହାଯାଇଛି। ୩୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବାର ପ୍ରତିଶ୍ରୁତି ଆଜି ବି ପାଳନ କରାଗଲା ନାହିଁ ବୋଲି କୁହାଯାଇଛି।ଆଗାମୀ ୩ ମାସ ମଧ୍ୟରେ କୃଷକ ମୋର୍ଚ୍ଚା ରାଜ୍ୟର ୩୫୦୦ ମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ ବୋଲି କୁହାଯାଇଥିଲା।ଓଡିଶାର ୬ ଗୋଟି ସ୍ଥାନରେ ଚାଷୀ ମହାସମାବେଶ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର