ବାରବାଟୀରେ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପର ଲିଗ ମ୍ୟାଚ୍‌: ଡିସେମ୍ବର ୧୩ରେ ଭାରତ-ବାଂଲାଦେଶ ମଧ୍ୟରେ ମୁକାବିଲା

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପର ଲିଗ ମ୍ୟାଚ୍‌ ଖେଳାଯିବ। ଆସନ୍ତା ଡିସେମ୍ବର ୧୩ ତାରିଖରେ  ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଏକମାତ୍ର ଲିଗ ମ୍ୟାଚ୍‌ ଖେଳାଯିବ। ଏନେଇ ଆଜି ଓଡ଼ିଶା କ୍ରିକେଟ୍‌ ଆସେସିଏସନ (ଓସିଓ) ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି।

ଓଡ଼ିଶା ଦୃଷ୍ଟିହୀନ ଦଳର ଏକମାତ୍ର ଖେଳାଳି ଭାବେ କୋରାପୁଟର ଦକ୍ଷ କ୍ରିକେଟର ନକୁଳ ବଡନାୟକ ଭାରତୀୟ ଦଳର ସଦସ୍ୟ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି। ଦୀର୍ଘ ସମୟ ଧରି ନିଜର ଦମଦାର ପଦର୍ଶନ ପାଇଁ ସେ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି। ଏହାଛଡା ସେ ମ୍ୟାଚ ପାଇଁ ମଧ୍ୟ ଅଭ୍ୟାସ ଜାରି ରଖିଛନ୍ତି। ଭାରତୀୟ ଷ୍ଟାର କ୍ରିକେଟର ଯୁବରାଜ ସିଂ ବିଶ୍ଵକପ ଦୃଷ୍ଟିହୀନ ଟୁର୍ଣ୍ଣାମେଣ୍ଟରେ ବ୍ୟାଣ୍ଡ ଆମ୍ବାସଡର ରହିଛନ୍ତି। ଏହାସହ ଏହି ମ୍ୟାଚ ପାଇଁ ରାଜ୍ୟ କ୍ରୀଡା ବିଭାଗ ଓ ଓସିଏ ପକ୍ଷରୁ ସମ୍ପୂର୍ଣ୍ଣ ସମର୍ଥନ ରହିଛି ।

ତେବେ ଏହି ମ୍ୟାଚ ପୂର୍ବରୁ ଓସିଏ ପକ୍ଷରୁ ନକୁଳଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅନ୍ୟପଟେ ଏହି ଲିଗ ମ୍ୟାଚ ପାଇଁ ବର୍ତ୍ତମାନ ଆଲୋଚନା ଆରମ୍ଭ ହୋଇଛି। ଆଉ କିଛି ଦିନ ମଧ୍ୟରେ ସମସ୍ତ ବ୍ଲୁ ପ୍ରିଣ୍ଟ ଶେଷ ହେବ ବୋଲି କହିଛନ୍ତି ଓସିଏ ସିଇଓ ସୁବ୍ରତ ବେହେରା । ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରିକେଟ ଆସୋସିଏସନର ସିଇଓ ସୁବ୍ରତ ବେହେରା, ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଜାଫର ଇକବାଲ୍, ସାଧାରଣ ସମ୍ପାଦକ ସନ୍ୟାସୀ କୁମାର ବେହେରା, ଯୁଗ୍ମ ସମ୍ପାଦକ ବିରଂଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର