କୁଚିଣ୍ଡା: ପରିତ୍ୟକ୍ତ କୁଅରୁ ଯୁବକଙ୍କ ମୃତଦେହ ଜବତ, ହତ୍ୟା ସନ୍ଦେହ

କୁଚିଣ୍ଡା: ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲୀ ଥାନା ଅନ୍ତର୍ଗତ ବାଉରିଗୋଡ଼ା ଭୁଲପଡ଼ାଠାରେ ଏକ ପରିତ୍ୟକ୍ତ କୁଅ ଭିତରୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାଉରିଗୋଡ଼ା ଭୁଲୁପଡ଼ାଠାରେ ଏକ ପରିତ୍ୟକ୍ତ କୁଅ ଭିତରେ ରାମ ଦାସ କୁଆ ନାମକ ଜଣେ ୪୦ ବର୍ଷୀୟ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କୁଅରୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ରାମ ଦାସଙ୍କ ମୁଣ୍ଡରେ କୌଣସି ତୀକ୍ଷ୍ଣ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇ କୁଅରେ ଫିଙ୍ଗି ଦିଆଯାଇଥାଇପାର ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର