କୋଣାର୍କ: ଠିକାଦାରଙ୍କ ଘର ଉପରକୁ ବୋମାମାଡ଼

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ନଗର ବିଜେଡ଼ି ସଭାପତି ତଥା ସୁପର କ୍ଲାସ ଠିକାଦାର ଗୋପାଳ ବେହେରାଙ୍କ ଘର ଓ ତାଙ୍କ ବାଇକ୍‌ ସୋ ରୁମ ଉପରକୁ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି।

ଗୋପାଳ ବେହେରାଙ୍କ ଘର ଉପରକୁ ୩ଟି ଓ ସୋ ରୁମ୍‌ ଉପରକୁ ଗୋଟିଏ ବୋମାମାଡ଼ ହୋଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଘର ଓ ସୋ ରୁମ୍‌ର ବ୍ୟାପକ କ୍ଷୟକ୍ଷତି ଘଟିଛି। କୁଶଭଦ୍ରା ନଦୀବନ୍ଧ ଉପରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଲାଗି ରହିଥିବା ଗଣ୍ଡଗୋଳ ଯୋଗୁଁ ଏହି ବୋମାମାଡ଼ ଘଟିିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର