ବାହାଘରର ୧୧ଦିନ ପରେ ପ୍ରେମିକ ସହ ନବବଧୂ ଛୁ

ବାଲିଅନ୍ତା: ବାହାଘରର ମାତ୍ର ୧୧ ଦିନ ପରେ ସ୍ଥାନୀୟ କାକରୁଦ୍ରପୁର ଗ୍ରାମର ଜଣେ ନବବଧୂ ପ୍ରେମିକ ସହ ଫେରାର ହୋଇଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟ ପକ୍ଷରେ ସଂପୃକ୍ତ ନବବଧୂକୁ ଅପହରଣ କରି ନେଇଯାଇଥିବା ଯୁବକକୁ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ କାବୁ କରି ବାଲିଅନ୍ତା ଥାନା ପୁଲିସ ଜିମା ଦେଇଥିବା କୁହାଯାଇଛି।

Times Of India

ବାଲିଅନ୍ତା ଥାନା ପୁଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସେହିପରି ନବବଧୂଙ୍କୁ ତାଙ୍କ ବାପ ଘର ଲୋକଙ୍କ ଜିମା ଦିଆଯାଇଛି। ଘଟଣାର ଆପୋଷ ସମାଧାନ ପାଇଁ ପୁଲିସ ଚେଷ୍ଟା ଚଳାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ଗ୍ରାମର ପ୍ରମୋଦ କୁମାର ମିଶ୍ର(୩୦) ଗତ ୧୬ ତାରିଖରେ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ ଗୋଡ଼ିପୋଖରୀ ସାହିରେ ବିବାହ କରିଥିଲେ। ବିବାହର ଚତୁର୍ଥୀ ରାତିରୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଗତ ୨୭ ତାରିଖ ଦିନ ଦ୍ବିପ୍ରହର ସମୟରେ ଘରର ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ନବବଧୂ ଜଣକ ପୂର୍ବରୁ ଘର ଆଗରେ ଅପେକ୍ଷା କରିଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲା। ପରିବାର ଲୋକ ବହୁ ଖୋଜାଖୋଜି ପରେ ଏନେଇ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ବାଲିଅନ୍ତା ଥାନା ପୁଲିସ ଶ୍ରୀ ଲିଙ୍ଗରାଜ ପୁଲିସ ସହାୟତାରେ ସେମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା। ହେଲେ ନବବଧୂକୁ ତାଙ୍କ ଶାଶୁଘର ଲୋକ ନେବାକୁ ମନା କରିବାରୁ ବାଲିଅନ୍ତା ଥାନା ପୁଲିସ ତାଙ୍କ ବାପ ଘର ଲୋକଙ୍କ ଜିମା ଦେଇଛି।

ସମ୍ବନ୍ଧିତ ଖବର