ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳପଡ଼ିଆରୁ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବ୍ରହ୍ମପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଟାଉନ ଥାନା ପୁଲିସ ଚଢ଼ଉ କରିଥିଲା। ସେଠାରୁ ୨ଜଣକୁ କାବୁ କରି ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ବ୍ରାଉନସୁଗାର ଥିବା ୧୦ଟି ହଳଦିଆ କାଗଜ ପୁଡ଼ିଆ ମିଳିଥିଲା, ଯାହାର ମୋଟ ଓଜନ ୨୮ଗ୍ରାମ ୯୫ ମିଲିଗ୍ରାମ ହେବ। ସେ ସମସ୍ତ ବ୍ରାଉନସୁଗାର ପୁଡ଼ିଆ ସମେତ ଗୋଟିଏ ମୋବାଇଲ ଏବଂ ୪୨୭୦ଟଙ୍କା ପୁଲିସ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ସେ ଦୁହେଁ ହେଲେ, ବଡ଼ବଜାର ଥାନା ଅନ୍ତର୍ଗତ ଧାନମେରା ସାହିର ରଞ୍ଜନ ଦାସ (୩୫) ଓ ଋତୁରଞ୍ଜନ ନିମାଇ ଓରଫ୍ ଚିକୁ (୨୯)। ରଞ୍ଜନଙ୍କ ବିରୋଧରେ ପୂର୍ବରୁ ସହରର ବିଭିନ୍ନ ଥାନାରେ ୮ଟି ଅପରାଧିକ ମାମଲା ଏବଂ ଋତୁରଂଜନ ବିରୋଧରେ ବଡ଼ବଜାର ଥାନା ଅଂଚଳରେ ଗୋଟିଏ ଅପରାଧିକ ମାମଲା ଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର