ଅନ୍ତର୍ଜାତୀୟ ମହିଳା ଦିବସକୁ କଳା ଦିବସ ଭାବେ ପାଳନ କଲା ଜିଲ୍ଲା ମହିଳା କଂଗ୍ରେସ

ବାରିପଦା: ରନ୍ଧନ ଗ୍ୟାସ, ଖାଇବା ତେଲ ମୂଲ୍ୟରେ ଅହେତୁକ ବୃଦ୍ଧି, ମହିଳାମାନଙ୍କୁ ତେଲ ଲୁଣର ସଂସାର ଚଳାଇବା କଷ୍ଟକର ହୋଇ ପଡ଼ିଛି । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇ ପଡ଼ିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସାଙ୍ଗକୁ ବଜାର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇପଡ଼ିଛନ୍ତି ।

ଏହି ସମୟରେ ଆଜିର ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଏକ ପ୍ରହସନ ବୋଲି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହିତ ଆଜି ପୂର୍ବାହ୍ନ ୧୦ରୁ ମଧ୍ୟାହ୍ନ ସାଢ଼େ ୧୨ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମୀତା ଘୋଷାଲଙ୍କ ନେତୃତ୍ୱରେ ଉପସ୍ଥିତ ମହିଳା କର୍ମୀ କଳା ବ୍ୟାଚ ପରିଧାନ ସାଙ୍ଗକୁ ଗ୍ୟାସ ସିଲିଣ୍ଡର ରଖି, ମୋଦୀ ହଟାଓ , ନାରୀ ନିର୍ଯାତନା ଓ ଅତ୍ୟାଚାର ବନ୍ଦ, ମୂଲ୍ୟବୃଦ୍ଧିକୁ ନିୟନ୍ତ୍ରଣ ଆଦି ଦାବିରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

ଏହି ଦିବସକୁ କଳା ଦିବସ ଭାବେ ପାଳନ କରିଛି ମହିଳା ଶାଖା। ପୂର୍ବତନ ସାଂସଦ ସୁଶୀଳା ତିରିଆ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ମହିଳା ନେତ୍ରୀ ରଞ୍ଜିତା ଯୋଶୀ, ଇତିଶ୍ରୀ ମିଶ୍ର, ସୁନନ୍ଦା ସାହୁ ପ୍ରମୁଖ ବକ୍ତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସ, ଜ୍ୟୋତି ପ୍ରକାଶ ରଥ, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ଅଶୋକ ଅଧିକାରୀ , ସୁଦୀପ ମନ୍ତ୍ରୀ, ପ୍ରଦୀପ ମିଶ୍ର, ସାନ୍ତନୁ ପାଲ, କୌଶିକ ମିଶ୍ର, ମୋତି ପ୍ରକାଶ ଦାଶ, ଦୀପକ ଦାସ, ଶେକ ମୁସ୍ତାଫା, ଚାଣ୍ଡେ ମହାନ୍ତ, ନୀଳକଣ୍ଢ ମହାପାତ୍ର, ଆଇନଜୀବୀ ତାରାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର