ଜୟପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ: ୨୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଜୟପୁର: ଜୟପୁର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟାର ନାମାଙ୍କନ ଦାଖଲର ଶେଷ ଦିନରେ ବିଭିନ୍ନ ପଦବୀ ପାଇଁ ଆଜି ୧୭ଜଣ ନାମାଙ୍କନ ଦାଖଲ କରିଥିଲେ। ଗତକାଲି ଓ ଆଜି ସମୁଦାୟ ୨୮ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଆଜି ସଭାପତି ପଦବୀ ପାଇଁ ସରୋଜ କୁମାର ଦାଶ, ବିରେଶ ପଟ୍ଟନାୟକ, ତାରିଣି ପାଣିଗ୍ରାହୀ ନାମାଙ୍କନପତ୍ର ଦାଖଲ କରିଥିଲେ।

ସେଭଳି ଉପସଭାପତି ପଦବୀ ପାଇଁ ସହଦେବ ପଟ୍ଟନାୟକ, ସଂପାଦକ ପଦବୀ ପାଇଁ ଆନନ୍ଦ କୁମାର ରଥ , ଯୁଗ୍ମ ସଂପାଦକ ପଦବୀ ପାଇଁ ଗିରିଧର ଖରା, ସହକାରୀ ସଂପାଦକ ପଦବୀ ପାଇଁ ସଂଦୀପ ସାଇ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପଦବୀ ପାଇଁ କେ.ଦିବାକର ରାଓ, ଲାଇବ୍ରେରୀ ସଂପାଦକ ପଦବୀ ପାଇଁ ସତୀଶ କୁମାର ପଟ୍ଟନାୟକ, ଲାଇବ୍ରେରୀ ସହସଂପାଦକ ଗୋକୁଳ କୁମାର ସୂର୍ଯ୍ୟ, ଭୋଲାନାଥ ପଟ୍ଟନାୟକ , କାର୍ଯ୍ୟକାରୀ ସଭ୍ୟ ଭାବେ ଯୁଗୋଳ କିଶୋର ପଟ୍ଟନାୟକ , ସଂଦୀପ ସାଇ ପାଣିଗ୍ରାହୀ, ଶୁଭେନ୍ଦୁ ମିଶ୍ର, ସନ୍ତୋଷ କୁମାର ଦାଶ, ମନୋଜ କୁମାର ପାତ୍ର ନାମାଙ୍କନ ଦାଖଲ କରିଛନ୍ତି।

ଗତକାଲି ସେଭଳି ୮ଜଣ ଏବଂ ୬ତାରିଖ ଦିନ ୩ଜଣ ନାମାଙ୍କନ ଦାଖଲ କରିଥିଲେ। ଗତ ତିନି ଦିନରେ ୩୧ଟି ନାମାଙ୍କନପତ୍ର ବିକ୍ରୀ ହୋଇଥିବା ବେଳେ ୨୮ଜଣ ନାମାଙ୍କନ ଦାଖଲ ହୋଇଛି। ସେଭଳି ଜଣେ ପ୍ରାର୍ଥୀ ୨ଟି ପଦବୀ ପାଇଁ ବି ନାମାଙ୍କନ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର