ଭାରତ ସରକାରଙ୍କ ସଂସ୍କୃତି ବିଭାଗର ଅନ୍ତର୍ଜାତୀୟ ସେମିନାର୍: ବିଧାୟକ ଅମର ଶତପଥୀଙ୍କୁ ଭୂମିରତ୍ନ ସମ୍ମାନ 

ଚଣ୍ତିଖୋଲ : ଭାରତ ସରକାରଙ୍କର ସଂସ୍କୃତି ବିଭାଗ ଓ ଆସ୍ଥା ଫାଉଣ୍ଡେସନ ମିଳିତ ସହଯୋଗର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ‘ବିଶ୍ବର ଶାନ୍ତି ପାଇଁ ଭାରତୀୟ ସଂସ୍କୃତିର ଅବଦାନ’ ଶୀର୍ଷକ ଅନ୍ତର୍ଜାତୀୟ ସେମିନାର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ଭାରତ ସମେତ କାନାଡ଼ା, ମେଲେସିଆ, ଥାଇଲାଣ୍ଡ ଓ ଅନେକ ଦେଶର ପ୍ରତିନିଧି ୱେବିନାର୍ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଆଲୋଚନାଚକ୍ରରେ ସମାଜରେ ଶିକ୍ଷା, କଳା, ବାଣିଜ୍ୟ ଓ ସେବା ପାଇଁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ବରିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା। ସେଥି ମଧ୍ୟରେ ଓଡ଼ିଶାର ୨ଜଣ ବଡ଼ଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଓ ସାଂସଦ ରଘୁନାଥ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି।

ବିଧାୟକ ଶ୍ରୀ ଶତପଥୀଙ୍କୁ ଜନସେବା ପାଇଁ ଭୂମିରତ୍ନ ସମ୍ମାନ ପ୍ରଦାନ କରାଯାଇଥିବାବେଳେ କଳା ପାଇଁ ସାଂସଦ ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ବିଧାୟକ ଶ୍ରୀ ଶତପଥୀ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ରାଜନୀତି ତଥା ଜନସେବା କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି। ୬ଥରର ବିଧାୟକ ଶ୍ରୀ ଶତପଥୀଙ୍କୁ ୨୦୨୦ ବର୍ଷ ପାଇଁ ଏହି ଅନ୍ତର୍ଜାତୀୟ ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ଘୋଷଣା ପରେ ବିଭିନ୍ନ ବର୍ଗ ଓ ବୁଦ୍ଧିଜୀବୀମାନେ ବିଧାୟକ ଶ୍ରୀ ଶତପଥୀଙ୍କୁ ଶୁଭେଚ୍ଛା ଓ ଅଭି‌ନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର