ପରୀକୁ ନ୍ୟାୟ ନମିଳିଲେ, ନ୍ୟାୟ ଛଡ଼ାଇ ଆଣିବୁ: ପ୍ରଦୀପ ମ।ଝୀ

ପରୀ ପାଇଁ ନ୍ୟାୟ ଦାବିରେ କଂଗ୍ରେସର ପ୍ରତିବାଦ ସଭା

ନୟାଗଡ଼: ପରୀକୁ ନ୍ୟ।ୟ ଦାବିରେ ନୟାଗଡ଼ ଜିଲ୍ଲା କଂଗ୍ରେସର ଏକ ପ୍ରତିବାଦ ସଭା ବସଷ୍ଟ।ଣ୍ଡଠ।ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି କାର୍ଯ୍ୟକ।ରୀ ସଭାପତି ପ୍ରଦୀପ ମ।ଝୀ, ଜିଲ୍ଲା ପର୍ଯ୍ୟବେକ୍ଷକ ନିଶିକାନ୍ତ ମିଶ୍ର, ମୁଖପାତ୍ର ପଦ୍ମାକର ଗୁରୁ, ଅମିତା ବିଶ୍ବ।ଳ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମାଝୀ କହିଛନ୍ତି, ରାଜ୍ୟରେ ଅପରାଧ ସଂଖ୍ୟା ବଢି ବଢି ଚାଲିଛି। ଓଡ଼ିଶାରେ ୧୦୦ରେ ୪ ଜଣ ଅପରାଧୀ ଦଣ୍ଡିତ ହେଉଛନ୍ତି। ନବୀନ ବାବୁଙ୍କ ସରକାରରେ ଶିଶୁ, ମହିଳା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ। ଶିଶୁ ନିଖୋଜ ରାଜ୍ୟରେ ଭୟଙ୍କର ଭାବେ ବଢ଼ି ଚାଲିଛି। ନୟାଗଡ଼ର ପରୀର ପରିବାରକୁ ଧନ୍ୟବାଦ, ସେମାନେ ସାହସିକତାର ସହ ଏହାର ପ୍ରତିବାଦ କରିଛନ୍ତି । କଂଗ୍ରେସ ଦଳ ପରୀ ପରିବାର ସହିତ ରହିଛି। ପରୀକୁ ନ୍ୟାୟ ନମିଳିଲେ କଂଗ୍ରେସ ନ୍ୟାୟ ଛଡ଼ାଇ ଆଣିବ। ସାରା ରାଜ୍ୟକୁ ଆମେ ଠପ୍ କରିଦେବୁ, ସରକାର ଚଳାଇବାକୁ ଦେବୁ ନାହିଁ ବୋଲି ଶ୍ରୀ ମାଝି କହିଥିଲେ।  କଂଗ୍ରେସ ଜିଲ୍ଲା ସଭ।ପତି ରଣଜିତ ଦ।ଶ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ।

ଜିଲ୍ଲ। କଂଗ୍ରେସ କାର୍ଯ୍ୟକାରୀ ସଭ।ପତି ହୁସେନ ଖାଁ, କମଳ ସ।ହୁ, ଯୁବ ନେତ। ପ୍ରତୀକ ମହ।ପ।ତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୟ।ଗଡରେ ସଭା ପୂର୍ବରୁ କଂଗ୍ରେସ ନେତୃବୃନ୍ଦ ରଣପୁରର ମୃତ ନାବାଳିକା ସ୍ବ।ତୀଙ୍କ ପରିବାରକୁ ଭେଟିଥିଲେ।

ସମ୍ବନ୍ଧିତ ଖବର