ୟୁକ୍ରେନ୍‌ ସଂକଟ ନେଇ ଅର୍ନ୍ତଜାତୀୟ ମହିଳା ଦିବସରେ ସିପିଆଇର ବିକ୍ଷୋଭ

ଜୟପୁର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏନ୍‌ଏଚ୍-୨୬ ପାର୍ଶ୍ଵରେ ଶ୍ରମିକ କର୍ମଚାରୀ ଭବନ ସମ୍ମୁଖରେ ସିପିଆଇ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏଥିରେ ଜୟପୁର ମହିଳା ମହାବିଦ୍ୟାଳୟ ଓ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀମାନେ ସିପିଆଇ ଯୁବ ଛାତ୍ର ବିଭାଗର ଆବାହକ ସତ୍ୟବ୍ରତ ନନ୍ଦଙ୍କ ଆହ୍ୱାନରେ ଏଥିରେ ଭାଗ ନେଇଥିଲେ। ତୁରନ୍ତ ଋଷ ଓ ୟୁକ୍ରେନ ମଧ୍ୟରେ ଚାଳିଥିବା ଯୁଦ୍ଧ ବନ୍ଦ କରିବା। ପୃଥିବୀକୁ ପରମାଣୁ ବୋମା ମୁକ୍ତ କରିବାକୁ ଦାବି କରାଯାଇଥିଲା। ଯୁଦ୍ଧ ହେଲେ ମହିଳା ମାନେ ଯଥେଷ୍ଟ କ୍ଷତି ସହିଥାନ୍ତି, ଏଣୁ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ପୃଥିବୀର ଯେକୌଣସି ସ୍ଥାନରେ ଯୁଦ୍ଧ ଚାଲିଛି ତା ବିରୁଦ୍ଧରେ ଆନ୍ତର୍ଜାତୀୟ ମହିଳା ସଂଗଠନ ସମେତ ସମସ୍ତ ଅନୁଷ୍ଠାନ ସ୍ୱର ଉତ୍ତୋଳନ କରନ୍ତୁବୋଲି ଦାବି କରିଥିଲେ। ଓଡିଶା ସମେତ ଭାରତରେ ଦିନକୁ ଦିନ ନାରୀ ନିର୍ଯାତନା, ଦୁଷ୍କର୍ମ, ଘରୋଇ ହିଂସା, ଅନରକିଲିଂ ଆଦି ବୃଦ୍ଧି ପାଉଛି। ଆଜିର ଦିନରେ ଏହାକୁ ରୋକାଯିବା ପାଇଁ ନିଷ୍ପତି ନିଆଯାଉ ବୋଲି ଦାବି କରିଥିଲେ।

ଯୁବତୀ ଓମହିଳା ମାନେ ଝାନସୀ ରାଣୀ ଲକ୍ଷ୍ମୀବାଇ, ପଦ୍ମାବତୀ, ପୁଲନଦେବୀ, ମହାକାଶଚାରୀ କଳ୍ପନା ଚାୱାଲା ଭଳି ସାହାସୀ ହୁଅନ୍ତୁ। ପ୍ରତ୍ୟେକ ଅତ୍ୟାଚାର, ଆକ୍ରମଣ ବିରୁଦ୍ଧରେ ସାହସର ସହ ସାମନା କରନ୍ତୁ ବୋଲି ଛାତ୍ରୀ ମାନେ ଆହ୍ବାନ ଦେଇଥିଲେ। ମହିଳା ମାନଙ୍କୁ ଅଧିକାର ସମାଜ ଦୟା କରି ଦେଇନାହିଁ। ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ସାବିତ୍ରୀ ବାଇ ଫୁଲେ ଯେତେବେଳେ ମହିଳା ମାନଙ୍କୁ ପାଠ ପଢେଇବା ପାଇଁ ଶିକ୍ଷା ଅନୁଷ୍ଠାନ ଗଠନ କରିଥିଲେ ପୁରୁଷ ପ୍ରାଧାନ୍ୟ ସମାଜ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇଥିଲା। ତାକୁ ସାମାନା କରି ସେ ନିଜ ମହତ୍ ଉଦ୍ଦେଶ୍ୟରେ ଅଗ୍ରସର ହେଉଥିଲେ ବୋଲି ସିପିଆଇ ନେତା ପ୍ରମୋଦ କୁମାର ମହାନ୍ତି। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିମଳ ପଟ୍ଟନାୟକ, ତିରୁପତି ସଗରିଆ, ନରସିଂହ ଜାନୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର