୮ ଲକ୍ଷ ଟଙ୍କାର ଚନ୍ଦ କାଠ ଜବତ; ୩ ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍‌

କଟକ: ଡ଼ାଳିଯୋଡ଼ା ରେଞ୍ଜ ସଫା ସେକ୍ସନ ଅନ୍ତର୍ଗତ ହାଟୁଆରୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ୪ କ୍ବିଣ୍ଟାଲ ୬୦ କେଜିର ଚନ୍ଦନ କାଠ ଜବତ ହୋଇଛି। ଏହାର ମୂଲ୍ୟ ପାଖାପାଖି ୮ ଲକ୍ଷ ଟଙ୍କା ବୋଲି ସୂଚନା ରହିଛି । ହାଟୁଆରୀ ଜଙ୍ଗଲରୁ ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌ ଓ ଟାଙ୍ଗୀ ଥାନାର ମିଳିତ ଉଦ୍ୟମରେ କାଠ ଜବତ କରାଯାଇଥିବା ଜାଣିବାକୁ ମିିଳିଛି।

ଏହାସହ ୩ ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍‌। ଉକ୍ତ ୩ ଜଣଙ୍କ ମଧ୍ୟରୁ ଜଣେ ନୟାଗଡ଼ ଓ ଦୁଇ ଜଣ କଟକ ଅଞ୍ଚଳର ବୋଲି ଜଣାପଡ଼ିଛି। ଚୋରା କାଠ ପ୍ରଥମେ ଭୁବନେଶ୍ବର ଓ ସେଠାରୁ ପରେ ଅନ୍ୟ ସ୍ଥାନକୁ ଯାଇଥାନ୍ତା। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର କୌଣସି ଖୋଜଖବର ମିଳିନାହିଁ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର